Odisha Link
Bridging the Missing Links in Odisha

ପୁଣି ରିମାଣ୍ଡରେ କିଡନୀ କିଙ୍ଗପିନ୍

ଭୁବନେଶ୍ୱର: ପୁଣି ରିମାଣ୍ଡରେ କିଡନୀ କିଙ୍ଗପିନ୍। ପୁଣି ୩ ଦିନିଆ ରିମାଣ୍ଡରେ ଯିବ ଅଭିଯୁକ୍ତ ହିମାଂଶୁ ଭୂଷଣ। ହିମାଂଶୁକୁ ୩ ଦିନିଆ ରିମାଣ୍ଡରେ ନେବାକୁ ମିଳିଛି ଅନୁମତି। ଲକ୍ଷ୍ମୀସାଗର ଥାନା ପୋଲିସକୁ ଏନେଇ ଅନୁମତି ଦେଇଛନ୍ତି ଏସଡିଜେଏମ କୋର୍ଟ। କିଡନୀ କେଳେଙ୍କାରୀ ଘଟଣାରେ ଡାକ୍ତରଙ୍କ ଲିଙ୍କ୍ ଥିବା ନେଇ ଗୁମର ଖୋଲିପାରେ। ଏନେଇ କିଛି ଘରୋଇ ମେଡିକାଲକୁ କମିସନରେଟ ପୋଲିସ ନୋଟିସ କରିଛି।

ସୂଚନାଯୋଗ୍ୟ, କିଡନୀ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ହିମାଂଶୁ ଭୂଷଣ ନନ୍ଦ ନାଁରେ ଅଭିଯୋଗ ହୋଇଛି। କିଡନୀ ଦେବାକୁ କହି ୧୮ ଲକ୍ଷ ୫୩ ହଜାର ଠଙ୍କା ଠକେଇ ଅଭିଯୋଗ ହୋଇଥିଲା। ଅକ୍ଟୋବର ୨୦୧୯ରୁ ଟଙ୍କା ନେଇଥିଲା ଅଭିଯୁକ୍ତ। ଜାନୁଆରୀ ୨୦୨୦ ସୁଦ୍ଧା କିଡନୀ ପ୍ରତିରୋପଣ କରିବ କହି ଠକିଥିଲା। ଏନେଇ ହିମାଂଶୁ ନାଁରେ ନୟାପଲ୍ଲୀ ଓ ଲକ୍ଷ୍ମୀସାଗର ଥାନାରେ ୨ଟି ଅଭିଯୋଗ ହୋଇଥିଲା। ନୟାପଲ୍ଲୀରେ ୫.୫୦ ଲକ୍ଷ ଟଙ୍କାର ଠକେଇ ଓ ଲକ୍ଷ୍ମୀସାଗରରେ ୩.୧୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା।

ପରେ ସହିଦ ନଗର ଥାନାରେ ଠକେଇର ଶିକାର ହୋଇ ଆଉ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ। କେନ୍ଦ୍ରାପଡା ମାର୍ଶାଘାଇର ଆଲୋକ ରଞ୍ଜନ ଚଇନିଙ୍କ ପକ୍ଷରୁ ମାମଲା ହୋଇଛି। କିଡନୀ ପାଇଁ ହିମାଂଶୁ ସାଢେ ୮ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ କରିଥିଲେ କେନ୍ଦ୍ରାପଡା ମାର୍ଶାଘାଇର ଆଲୋକ ରଞ୍ଜନ ଚଇନି।

Comments are closed.