Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ଚାଲିଗଲା ମା ଓ ଝିଅର ଜୀବନ

ବରଗଡ଼: ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ମା’ ଓ ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

ପ୍ରକାଶ ଯେ, ଏକ ବାଇକରେ ସ୍ବାମୀ-ସ୍ତ୍ରୀ ନିଜ ୪ ବର୍ଷର ଶିଶୁକୁ ଧରି ଭେଡେନକୁ ଆସୁଥିବାବେଳେ ଭେଡେନ ପଟୁ ଯାଉଥିବା ଏକ ବାଲି ବୋଝେଇ ଟ୍ରାକ୍ଟର ସହ ବୁର୍ଦ୍ଦା ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ଘଟଣାସ୍ଥଳରେ ମା’ ଓ ଝିଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି।

ଗୁରୁତର ବାଇକ ଚାଳକ ହେଉଛନ୍ତି ମାନଧାତା ବାରିକ। ତାଙ୍କ ସ୍ତ୍ରୀଙ୍କ ନାଁ ସତ୍ବଞ୍ଜଳୀ ବାରିକ, ଓ ଝିଅର ନାଁ ପ୍ରତୀକ୍ଷା ବାରିକ। ଏମାନଙ୍କ ନିଜ ଗାଁ ବଲାଙ୍ଗୀର ଜିଲ୍ଲାର ବେନ୍ଦ୍ରାରେ ହୋଇଥିବାବେଳେ ପରିବାର ବୁର୍ଲାରେ ରହୁଥିଲେ।

Comments are closed.