ବୋହୂ ପାଇଁ ମୁହଁ ଖୋଲିଲେ ମନ୍ତ୍ରୀ

ଭୁବନେଶ୍ବର: ବୋହୂଙ୍କ ଚାକିରିକୁ ନେଇ ଅଡ଼ୁଆରେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଗତ କାଲି ସୂଚନା ଅଧିକାର ଆଇନ ବଳରେ କାମାକ୍ଷାନଗର କଲେଜରେ ଚାଲିଥିବା ଦୁର୍ନୀତି ପଦାରେ ପଡ଼ିଥିଲା। ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୁ ଲିପସା ପ୍ରଧାନ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ ଜୟକୃଷ୍ଣ ବେହେରା।
ଅଭିଯୋଗରେ ଦର୍ଶାଯାଇଥିଲା ଯେ ଖଣିମନ୍ତ୍ରୀଙ୍କ ଅଧ୍ୟାପିକା ବୋହୂ ଛୁଟିରେ ଥାଇ ବି ମାସ ମାସ ଧରି ନେଇଛନ୍ତି ଦରମା। ୨୦୧୬ରୁ ୧୮ ଯାଏଁ ଛୁଟିରେ ଥାଇ ଦରମା ନେଇଥିବାବେଳେ ସେ କୁଆଡ଼େ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚଡ଼ି କରୁଛନ୍ତି। ଏହି ଘଟଣାକୁ ନେଇ ମନ୍ତ୍ରୀଙ୍କୁ ଘେରିଛି ବିରୋଧୀ।
ଅନ୍ୟପଟେ ଏହାର ଉତ୍ତର ରଖିଛନ୍ତି ମନ୍ତ୍ରୀ କହିଛନ୍ତି ଯେ, ବୋହୂ ଲିପ୍ସା ପ୍ରଧାନ କାମାକ୍ଷାନଗର କଲେଜ୍ରେ ଠିକାରେ ଅଧ୍ୟାପନା କରୁଛନ୍ତି। କଲେଜର ସମସ୍ତ କାର୍ଯ୍ୟରେ ଯୋଗଦେବା ସହ ଅନ୍ୟ କଲେଜକୁ ଇନଭିଜଲେଟର ଡ୍ୟୁଟି ବି କରିଛନ୍ତି।