Odisha Link
Bridging the Missing Links in Odisha

ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ: ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌

ପୁଣେ: ପୁଣେ ସ୍ଥିତ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ନିଆଁ।‌ ଇନ୍‌ଷ୍ଟିଚ୍ୟୁଟର ନୂଆ ବିଲଡ଼ିଂ ଟର୍ମିନାଲ -୧ ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଫଳରେ ଟିକାକୁ ନେଇ ଅନେକ ଆଶଙ୍କା ସୃଷ୍ଟି ପାଇଥିଲା। ତେବେ ସିରମ ପକ୍ଷରୁ କୁହାଯାଇଛି ଯେ, କୋଭିଡ଼ ଟୀକା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ଟିକାର କୌଣସି କ୍ଷତି ଘଟିନାହିଁ। ଅଗ୍ନିକାଣ୍ଡ ସ୍ଥଳୀଟି ନିର୍ମାଣାଧିନ କୋଠା। ତେଣୁ ସେଠାରେ କୌଣସି ପ୍ରକାର ଟିକା ପ୍ରସ୍ତୁତ କରାଯାଉନଥିଲା।

ଅଗ୍ନିକାଣ୍ଡ କାରଣରୁ ସମଗ୍ର ପରିବେଶ ଧୂଆଁମୟ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଏଯାବତ ସ୍ପଷ୍ଟ ହୋଇ ନାହିଁ। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି। ନିଆଁ ଲିଭାଇବା ପାଇଁ ୧୦ଟି ଦମକଳ ବାହିନୀ ନିୟୋଜିତ ହୋଇଛି।

ସୂଚନାଯୋଗ୍ୟ, ପୁଣେ ସ୍ଥିତ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆରେ ଅକ୍ସଫୋଡର଼୍ ଓ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭିସିଲଡ଼ ପ୍ରସ୍ତୁତ କରାଯାଉଛି। ଅପରପକ୍ଷରେ ଏଠାରୁ ବିଭିନ୍ନ ଦେଶକୁ ବି ଟିକା ରପ୍ତାନୀ କରାଯାଉଛି। ଇତିମଧ୍ୟରେ ୧୫ ଲକ୍ଷରୁ ଉଦ୍ଧ୍ୱ ଡୋଜର ଟିକା ପ୍ରସ୍ତୁତ କରାଯାଇସାରିଛି।