Odisha Link
Bridging the Missing Links in Odisha

କର୍ଣ୍ଣାଟକରେ ବିସ୍ଫୋରଣ, ୮ ମୃତ

ବେଙ୍ଗାଲୁରୁ : ଗତକାଲି ବିଳମ୍ବିତ ରାତିରେ କର୍ଣ୍ଣାଟକର ସିମୋଗା ଜିଲ୍ଲାରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରଥମେ ୩ ଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଥିଲା। ଏବେ ଏହି ସଂଖ୍ୟା ୮କୁ ବୃଦ୍ଧି ପାଇଛି । ତେବେ ରାତି ୧୦ଟା ୧୫ରେ ଏହି ବିସ୍ଫୋରଣ ହୋଇଥିଲା ।ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, କର୍ଣ୍ଣାଟକ ସରକାର ପୀଡିତଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରୁଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ମଧ୍ୟ ମୃତକଙ୍କ ପରିଜନ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ଏହାସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାକୁ ଗୁରୁତର ସହ ପୁଲିସ ଓ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ପୁଲିସ ଅଧିକାରୀଙ୍କ ସୂଚନାନୁସାରେ, ଏକ ଟ୍ରକରେ ବିସ୍ଫୋରଣ ହୋଇଛି । ସେଥିରେ ଜିଲୋଟିନ୍ ଥିଲା । ଟ୍ରକରେ ଥିବା ୮ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି ।

Comments are closed.