୪୨୬୭ଟି ଡିଏଲ ୩ ମାସ ପାଇଁ ବାତିଲ

ଭୁବନେଶ୍ବର: ଜାନୁଆରୀ ୧ରୁ ୨୧ ମଧ୍ୟରେ ରାଜ୍ୟରେ ୪୨୬୭ଟି ଡିଏଲ ୩ ମାସ ପାଇଁ ବାତିଲ କରାଯାଇଛି। ମଦ ପିଲ ଗାଡ଼ି ଚାଳନା, ଦ୍ରୁତଗତି, ସିଗନାଲ ଭାଙ୍ଗିବା ଅଭିଯୋଗରେ ଡିଏଲ ବାତିଲ ହୋଇଛି। ଏହା ସହିତ ଓଭରଲୋଡ଼, ଗାଡ଼ି ଚାଳନା ବେଳେ ମୋବାଇଲ ବ୍ୟବହାର ଯୋଗୁଁ ମଧ୍ୟ ଡିଏଲ୍ ବାତିଲ କରାଯାଇଛି। ଅଧିକ ଯାତ୍ରୀ ପରିବହନ ଏବଂ ହେଲମେଟ୍ ନପିନ୍ଧିବା ଅଭିଯୋଗରେ ଅନେକ ଲୋକଙ୍କ ଡିଏଲ ବାତିଲ କରାଯାଇଛି। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି।