Odisha Link
Bridging the Missing Links in Odisha

ଦିନକ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି, କିଏ ସେ ଜାଣନ୍ତୁ…

ନୂଆଦିଲ୍ଲୀ: ଦିନକ ପାଇଁଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ହରିଦ୍ବାରର ସୃଷ୍ଟି ଗୋସ୍ବାମୀ। ମହିଳା ଦିବସ ଦିନ ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ଏନେଇ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାଓ୍ବତ ମଞ୍ଜୁରୀ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ସୃଷ୍ଟି ବିକାଶ କାର୍ଯ୍ୟର ସମୀକ୍ଷା କରିବେ। ବିଭାଗୀୟ ଅଧିକାରୀ ମାନେ ବିକାଶ ମୂଳକ ଯୋଜନାର ପାଞ୍ଚ-ପାଞ୍ଚ ମିନିଟ୍‌ର ପ୍ରେଜେଣ୍ଟେସନ୍‌ ଦେବେ। କାର୍ଯ୍ୟକ୍ରମରରେ ସମସ୍ତ ଅଫିସର ମାନେ ଉପସ୍ଥିତ ମଧ୍ୟ ରହିବେ। ଏଥିପାଇଁ ଉତ୍ତରାଖଣ୍ଡ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମୁଖ୍ୟ ସଚିବଙ୍କୁ ଏକ ପତ୍ର ଲେଖିଛନ୍ତି।

ଆୟୋଗର ଅଧ୍ୟକ୍ଷା ଉଷା ନେଗୀ ସୂଚନା ଦେଇ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ବିଧାନସଭା ଭବନରେ ଅପରାହ୍ନ ୧୨ ରୁ ୩ ଟା ଯାଏଁ ହେବ। ଏଥିପାଇଁ ଏକ ଶିଶୁ ବିଧାନସଭା ଗଠନ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ହରିଦ୍ବାରର ସୃଷ୍ଟି ଗୋସ୍ବାମୀ ବର୍ତ୍ତମାନ ବାଲ ବିଧାନସଭାର ମୁଖ୍ୟମନ୍ତ୍ରୀ। ବାଲ ବିଧାନସଭାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାଳିକାଙ୍କୁ ସଶକ୍ତିକରଣ କରିବା। ଜାତୀୟ ବାଳିକା ଦିବସ ଅବସରରେ ସୃଷ୍ଟି ଦିନକ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହେବେ। ଜାନୁଆରୀ ୨୪ ତାରିଖରେ ରାଜ୍ୟ ସରକାରଙ୍କ ଦ୍ବାରା କରାଯାଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ ସୃଷ୍ଟି।

କିଏ ସେ ସୃଷ୍ଟି ଗୋସ୍ବାମୀ:
ସୃଷ୍ଟି ଗୋସ୍ବାମୀ ବିଏସଏମ୍‌ ପିଜି କଲେଜ ରୁରକିର ବିଏସ୍‌ସି ଏଗ୍ରିକଲଚରର ୭ମ ସେମିଷ୍ଟାରର ଛାତ୍ରୀ। ସେ ୨୦୧୮ ମସିହାରେ ଉତ୍ତରାଖଣ୍ଡ ବାଲ ବିଧାନ ସଭାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ହରିଦ୍ବାରର ଦଉଲତପୁର ଗ୍ରାମର ବାସିନ୍ଦା। ସୃଷ୍ଟିଙ୍କ ବାପା ପ୍ରବୀଣ ଜଣେ ବ୍ୟବସାୟୀ ହୋଇଥିବା ବେଳେ ମା’ ସୁଧା ଗୋସ୍ବାମୀ ଜଣେ ଗୃହିଣୀ।

Comments are closed.