Odisha Link
Bridging the Missing Links in Odisha

ଟିକାକରଣରେ ଓଡ଼ିଶା ତୃତୀୟ

ଭୁବନେଶ୍ବର: ଟିକାକରଣରେ ସର୍ବଭାରତୀୟ ସ୍ତରରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଏନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ବିଜୟ ପାଣିଗ୍ରାହୀ କହିଛନ୍ତି, ଲକ୍ଷ୍ୟଠାରୁ ଗତକାଲି ଅଧିକ ଟିକାକରଣ ହୋଇଛି। ସମସ୍ତଙ୍କୁ ଟିକାକରଣ କରିବାକୁ ଆମେ ଚେଷ୍ଟା କରିବୁ।

ଏଥିସହ ଆଜି ୧ ଲକ୍ଷ ୪୯ ହଜାର ୭୬୦ ଡୋଜ କୋଭାକ୍ସିନ ଟିକା ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୩୦ ହଜାର ୭ ଜଣଙ୍କୁ ଟିକା ଦିଆଯାଇଛି। ପହଞ୍ଚିଥିବା ଟିକା କେବଳ ଭୁବନେଶ୍ୱର ପାଇଁ ଉଦ୍ଦିଷ୍ଟ। ଏହା ଟିକା ଆଜି ହିଁ ରିଜିନାଲ ଭ୍ୟାକ୍ସିନ ଷ୍ଟୋରକୁ ପଠାଯିବ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି।

Comments are closed.