ଖୁବ୍ ଶୀଘ୍ର ଅଚଳ ହେବ ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍ !

ନୂଆଦିଲ୍ଲୀ: ଅଚଳ ହେବ ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍ ! ଖୁବ୍ ଶୀଘ୍ର ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍କୁ ବଜାରରୁ ସ୍ଥାୟୀ ଭାବେ ପ୍ରତ୍ୟାହାର କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଯୋଜନା କରୁଥିବା ଜଣାପଡ଼ିଛି। ଆର୍ବିଆଇ ଚଳିତ ବର୍ଷ ମାର୍ଚ୍ଚ ଓ ଏପ୍ରିଲ୍ ସୁଦ୍ଧା ଏହି ପୁରୁଣା ନୋଟ୍ଗୁଡ଼ିକ ପୂରାପୂରି ଅଚଳ ହୋଇଯିବ ବୋଲି ପ୍ରସ୍ତାବ ରହିଛି।
ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ରିଜର୍ଭ ବ୍ୟାଙ୍କ୍ର ଆସିଷ୍ଟାଣ୍ଡ୍ ଜେନେରାଲ୍ ମ୍ୟାନେଜର୍ (ଏଜିଏମ୍) ବି ମହେଶ ଜିଲ୍ଲାସ୍ତରୀୟ ସୁରକ୍ଷା କମିଟି ଏବଂ ଜିଲ୍ଲା ସ୍ତରୀୟ ମୁଦ୍ରା ପରିଚାଳନା କମିଟିର ଏକ ବୈଠକରେ ଚଳିତ ବର୍ଷ ମାର୍ଚ୍ଚ ଓ ଏପ୍ରିଲ୍ ସୁଦ୍ଧା ପୁରୁଣା ୫, ୧୦ ଓ ୧୦୦ ନୋଟ୍କୁ ପ୍ରତ୍ୟାହାର କରିବାକୁ ଆର୍ବିଆଇ ଯୋଜନା କରୁଥିବା କହିଛନ୍ତି।
ବିମୁଦ୍ରାକରଣ ସମୟରେ ଟଙ୍କାର ଅଭାବକୁ ଦୂର କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୨୦୧୯ ମସିହାରେ ନୂଆ ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍ର ପ୍ରଚଳନ ଆରମ୍ଭ କରିଥିଲା। କୌଣସି ପ୍ରକାରର ଅସୁବିଧା ନଆସୁ ବୋଲି ଚିନ୍ତା କରି ରିଜର୍ଭ ବ୍ୟାଙ୍କ୍ ପୁରୁଣା ନୋଟ୍କୁ ସ୍ଥାୟୀ ଭାବେ ପ୍ରତ୍ୟାହାର ନିଷ୍ପତ୍ତି ନେବା ପୂର୍ବରୁ ପ୍ରଥମେ ନୂଆ ନୋଟ୍ର ପ୍ରଚଳନ କରାଇଥିବା ଜାଣିବାକୁ ମିଳିଛି।
ସୂଚନଯୋଗ୍ୟ, ୨୦୧୬ ମସିହା ନଭେମ୍ବର ୮ ତାରିଖ ରାତି ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ପାଇଁ ପୁରୁଣା ୫୦୦ ଓ ୧୦୦ ଟଙ୍କିଆ ନୋଟ୍କୁ ଅଚଳ କରି ବିମୁଦ୍ରାୟନ ଘୋଷଣା କରିଥିଲେ।