Odisha Link
Bridging the Missing Links in Odisha

ଘନ କୁହୁଡି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ବଲାଙ୍ଗିର: ରାଜ୍ୟର ୧୦ ଜିଲ୍ଲାରେ ଘନ କୁହୁଡି ଆଶଙ୍କା। ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ୧୦ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା ରହିଛି। ଏନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

୮ଟି ଜିଲ୍ଲା ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ଅନୁଗୁଳ ଓ କଟକରେ ଘନ କୁହୁଡି ହେବାର ଆଶଙ୍କା ରହିଛି। ଏଥିପାଇଁ ଜିଲ୍ଲାପାଳ ଓ ଏସପିମାନଙ୍କୁ ସତର୍କ କରିଛନ୍ତି ଅତିରିକ୍ତ ରିଲିଫ କମିସନର। କୁହୁଡି ସମୟରେ ଯାନବାହନ ଚଳାଚଳ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଇଛି।

Comments are closed.