Odisha Link
Bridging the Missing Links in Odisha

ନେତାଜୀଙ୍କ ପ୍ରେରଣାରେ ଆଗକୁ ବଢୁଛି ଦେଶ: ମୋଦି

ପଶ୍ଚିମବଙ୍ଗ: ଓଡ଼ିଶାର ବରପୁତ୍ର ନେତାଜୀ ସୁଭାଷ ବୋଷଙ୍କ ପାଖରେ ଏ ସାରା ଦେଶ ଋଣୀ। ଆଜି ୧୩୦ କୋଟିରୁ ଅଧିକ ଲୋକଙ୍କ ଦେହରେ ଆଜି ଯେଉଁ ରକ୍ତ ବିନ୍ଦୁ ବୋହୁଛି। ଆଜି ପ୍ରତିିଟି ଭାରତୀୟ ନିଜ ଛାତିରେ ହାତ ରଖିଲେ ସୁବାଷ ବୋଷଙ୍କ ନାଁ ଶୁଭିବ। ପଶ୍ଚିମବଙ୍ଗରେ ନେତାଜୀ ଜୟନ୍ତୀ ଉତ୍ସବ ପାଳନ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ପଶ୍ଚିମବଙ୍ଗରେ ଆଜି ବେଶ ଆଡମ୍ବର ସହକାରେ ନେତାଜୀଙ୍କ ୧୨୫ ତମ ଜନ୍ମଜୟନ୍ତୀ ପାଳନ କରାଯାଇଛି।

ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହିତ ପଶ୍ଚିମବଙ୍ଗ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇଥିଲେ। ପ୍ରଥମେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ପରେ ମୋଦୀ ନେତାଜୀଙ୍କ ସ୍ମୃତିକୁ ନେଇ ଏକ ସ୍ୱତନ୍ତ୍ର ପୁସ୍ତକ ଉନ୍ମୋଚନ କରିଥିଲେ। ଏହି ଅବସରରେ ମୋଦୀ ନେତାଜୀଙ୍କ ତ୍ୟାଗ ଓ ପରାକ୍ରମକୁ ମଧ୍ୟ ପ୍ରଂଶସା କରିଥିଲେ। ଆଜି ନେତାଜୀଙ୍କ ପ୍ରେରଣାରେ ଦେଶ ଆଗକୁ ବଢୁଛି। ପୀଢ଼ି ପରେ ପୀଢ଼ି ନେତାଜୀଙ୍କୁ ମନେ ରଖିଛନ୍ତି। ଏହି କାରଣରୁ ଏଣିକି ପ୍ରତିବର୍ଷ ନେତାଜୀଙ୍କ ଜୟନ୍ତୀଙ୍କୁ ପରାକ୍ରମ ଦିବସ ଭାବେ ପାଳନ କରାଯିବ ବୋଲି ମୋଦୀ କହିଥିଲେ।

ସେପଟେ ଆଜିର ଏହି ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଖପ୍ପା ଥିବା ଦେଖିବାକୁ ମିଳିଥିଲା। ସେଠାରେ ଉପସ୍ଥିତ ଜନତା ଜୟ ଶ୍ରୀ ରାମ ନାରା ଦେଇଥିବାବେଳେ ମମତା ଏହାକୁ ନେଇ ରାଗି ଯାଇଥିଲେ। ଏପରିକି ସେ ମଞ୍ଚ ଉପରେ ଉଦବୋଧନ ଦେବାକୁ ମନା କରିଦେଇଥିଲେ। ନେତାଜୀ ଜୟନ୍ତୀକୁ ନେଇ ଏବେ ପଶ୍ଚିମବଙ୍ଗ ରାଜନୀତି ଜୋର୍ ଧରିଛି। ବିଜେପି ଏହାକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିବାବେଳେ ମମତା କିନ୍ତୁ ଏହାକୁ ଦେଶନାୟକ ଦିବସ ଭାବେ ପାଳନ କରିବାକୁ କହିିଥିଲେ। ଯାହାକୁ ନେଇ ଏକ ବଡ ବିବାଦ ବସା ବାନ୍ଧିଛି।

Comments are closed.