Odisha Link
Bridging the Missing Links in Odisha

ପତ୍ନୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ୍ କଲା ସ୍ୱାମୀ

ଆଗ୍ରା: ପତ୍ନୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ୍ କଲା ସ୍ୱାମୀ। ଏଭଳି ଏକ ଲଜ୍ଜାଜନକ ଓ ଘୃଣ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶର ଆଗ୍ରା ଅଞ୍ଚଳରେ। ସ୍ୱାମୀ ଜଣଙ୍କ ନିଜ ସ୍ତ୍ରୀଙ୍କର ଫଟୋକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି। ଏହି ଖବର ଜାଣିବା ପରେ ପତ୍ନୀ ଅଭିଯୋଗ କରିଛନ୍ତି। ପୋଲିସ ପକ୍ଷରୁ ଏନେଇ ତଦନ୍ତ ଜାରି ରହିଛି।

ସୂଚନା ମୁତାବକ, ସ୍ୱାମୀ ଜଣଙ୍କର ଏକ ପାର୍ଟସ ଦୋକାନ ରହିଥିବା ବେଳେ ବିବାହ ପରେ ସେ ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେଉଥିଲେ। ମହିଳା ଜଣଙ୍କ ଗର୍ଭବତୀ ଥିବା ସମୟରେ ସ୍ୱାମୀ ତାଙ୍କୁ ଘରୁ ବାହାର କରିଦେଇଥିଲେ। ପରେ ମହିଳା ଜଣକ ଗୋଟିଏ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। କନ୍ୟା ସନ୍ତାନର ଭରଣପୋଷଣ ପୋଷଣ ପାଇଁ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ।

ଏହି ଘଟଣାରେ ସ୍ୱାମୀ ଜଣଙ୍କ କ୍ରୋଧାନ୍ୱିତ ହେବା ସହ ମହିଳାଙ୍କୁ କେସ ଉଠାଇ ନେବାକୁ ଧମକ ଦେଇଥିଲେ ଓ ମହିଳାଙ୍କ ଅଶ୍ଲୀଳ ଭିଡିଓ ସୋସିଆଲ ମିଡ଼ିଆରେ ଅପଲୋଡ କରିଦେଇଥିଲେ।

Comments are closed.