Odisha Link
Bridging the Missing Links in Odisha

ଆମେରିକାର ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ: ୧୫୦ରୁ ଉର୍ଦ୍ଧ୍ବ ସୁରକ୍ଷାକର୍ମୀଙ୍କୁ କରୋନା

ଓ୍ବାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ମୁତୟନ ହୋଇଥିବା ୧୫୦ରୁ ଅଧିକ ସୁରକ୍ଷାକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ଆମେରିକାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଜାନୁଆରୀ ୨୦ରେ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ତେବେ ଏହି ସମୟରେ ମଧ୍ୟରେ ସୁରକ୍ଷା ଦାୟିତ୍ବରେ ଥିବା ୧୫୦ରୁ ଅଧିକ ସୁରକ୍ଷାକର୍ମୀଙ୍କ କରୋନା ରିପୋର୍ଟ ଏବେ ପଜିଟିଭ ଆସିଛି।

ତେବେ ହ୍ବାଇଟ ହାଉସ୍ ବାହାରେ ସୁରକ୍ଷା ପାଇଁ ୨୫ହଜାରରୁ ଅଧିକ ସୈନିକ ମୁତୟନ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିପ‌ାରେ ବୋଲି ଜଣାପଡ଼ିଛି। ଆମେରିକାରେ ଗତ ଗୁରୁବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ କରୋନା ଭୂତାଣୁ ଯୋଗୁଁ ୪ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ନ୍ୟୁଜ୍ ଏଜେନ୍ସି ରଏଟର୍ସର କହିବାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରେ ୪୧୦,୦୦୦ ଲୋକଙ୍କର ମୃତ୍ୟୁ ହୋଇଛି।

Comments are closed.