Odisha Link
Bridging the Missing Links in Odisha

ପୁଣି ବ୍ରହ୍ମପୁରରେ ନକଲି କାରଖାନା ଠାବ

ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଥରେ ନକଲି ଗୁଟଖା କାରଖାନା ଠାବ ହୋଇଛି। ଆସ୍କା ରୋଡ୍ ଅଞ୍ଚଳରେ ରେଡ୍ କରି ବଡ଼ବଜାର ଥାନା ପୋଲିସ ଠାବ କରିଛି ନକଲି ଗୁଟଖା କାରଖାନା। ସେଠାରୁ ଲକ୍ଷାଧିକ ଟଙ୍କାର ପ୍ୟାକେଟ୍ ଗୁଟଖା ସହ ୧୦ରୁ ଅଧିକ ମେସିନ୍ ଜବତ କରିଛି ପୋଲିସ। ମାମଲାରେ ପୋଲିସ ହାଉସିଂ ବୋର୍ଡ କଲୋନୀର ଇ.ରାଜେଶ୍ୱର ପାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି। କେବଳ ନକଲି ପୁଡ଼ିଆ ନୁହେଁ ନକଲି କୁରକୁରେ ସହ ଲେଜ୍ ଆଦି ସାମଗ୍ରୀ ଇ.ରାଜେଶ୍ୱର ପ୍ରସ୍ତୁତ କରୁଥିବା ପୋଲିସ ଜାଣିବାକୁ ପାଇଛି। ରାଜେଶ୍ୱରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲାରୁ ନକଲି ଖାଦ୍ୟ ପ୍ରସ୍ତୁତି ସାମଗ୍ରୀର କାରଖାନା ଠାବ ହେଉଛି। ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରୁ ଗୁରୁବାର ନକଲି ହଳଦୀ ଗୁଣ୍ଡ ଓ ଲଙ୍କାଗୁଣ୍ଡ ଜବତ କରିଛି ପୁଲିସ। ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ। ବଡ଼ବଜାର ଅଞ୍ଚଳରେ ନକଲି ହଳଦୀ ଗୁଣ୍ଡ ଏବଂ ଲଙ୍କାଗୁଣ୍ଡ କାରବାର ହେଉଥିବା ନେଇ ପୁଲିସକୁ ଖବର ମିଳିଥିଲା। ଏହାପରେ ପୁଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ବଡ଼ବଜାର ଥାନା ପାଣ୍ଡବନଗର ଅଞ୍ଚଳରେ ଅତର୍କିତ ଭାବେ ଚଢାଉ କରିଥିଲା। ଏହି ଚଢାଉରେ ପୁଲିସ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କରିଛି।

Comments are closed.