Odisha Link
Bridging the Missing Links in Odisha

ରାଗିଲେ ଦିଦି, ଦେଲେନି ଭାଷଣ

କୋଲକାତା: ନେତାଜୀ ଜୟନ୍ତୀ ଉତ୍ସବରେ ଭାଷଣ ଦେବାକୁ ମନା କଲେ ମମତା। ଆଜି କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ନେତାଜୀ ଜୟନ୍ତୀ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକମାନଙ୍କୁ ଉଦବୋଧନ ଦେବାକୁ ସିଧା ସିଧା ମନା କରିଦେଇଛନ୍ତି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଉପସ୍ଥିତ ଥିଲେ। ମମତା ବାନାର୍ଜୀ ମଞ୍ଚ ଉପରକୁ ଉଠିବା ମାତ୍ରେ ସେଠାରେ ଉପସ୍ଥିତ ଜନତା ଜୟ ଶ୍ରୀ ରାମର ନାରା ଦେଇଥିଲେ। ଯେଉଁଥିରେ ଖପ୍ପା ହୋଇ ମମତା ନିଜେ ଉଦବୋଧନ ଦେବାକୁ ମନା କରିଦେଇଛନ୍ତି।

ଏଥିସହ ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ। କାହାକୁ ଏପରି ଅପମାନ କରିବା ଠିକ୍ ନୁହେଁ ବୋଲି ମମତା କହିଛନ୍ତି। ନେତାଜୀ ଜୟନ୍ତୀଙ୍କୁ ନେଇ ଏବେ ପଶ୍ଚିମବଙ୍ଗ ରାଜନୀତି ଜୋର ଧରିଛି। କେନ୍ଦ୍ର ସରକାର ଏହି ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିବାବେଳେ ମମତା କିନ୍ତୁ ଏହାର ବିପରୀତ କରିଛନ୍ତି। ପଶ୍ଚିମବଙ୍ଗରେ ଏହାକୁ ଦେଶନାୟକ ଦିବସ ଭାବେ ପାଳନ କରାଯାଇଛି। ଏହାବାଦ୍ ମମତା ଆଜି ଦୀର୍ଘ ୯ କିଲୋମିଟର ଧରି ଏକ ପଦଯାତ୍ରା ମଧ୍ୟ କରିଛନ୍ତି।

Comments are closed.