Odisha Link
Bridging the Missing Links in Odisha

ଆଜିଠୁ ଇ-ଭୋଟର କାର୍ଡ ସେବା, ଜାଣନ୍ତୁ କିଭଳି କରିବେ ଡାଉନଲୋଡ୍

ନୂଆଦିଲ୍ଲୀ: ପୂର୍ବ ଅପେକ୍ଷା ଏବେ ଡିଜିଟାଲ ପ୍ଲାଟଫର୍ମକୁ ଦିଆଯାଉଛି ଗୁରୁତ୍ବ। ଏପରିକି ମହାମାରୀ କରୋନା କାଳରେ ସରକାର ସରକାରୀ କାର୍ଯ୍ୟ ଗୁଡ଼ିକୁ ଡିଜିଟାଲ ପ୍ଲାଟଫର୍ମ ଜରିଆରେ କାର୍ଯ୍ୟ କରୁଥିଲେ। କରୋନାକୁ ନଜରରେ ରଖି ଲୋକଙ୍କ ହିତ ପାଇଁ କେନ୍ଦ୍ର ସରକାର ଅଧିକାଂଶ ବିଭାଗର କାର୍ଯ୍ୟକୁ ଡିଜିଟାଲ ମୋଡରେ କରୁଛନ୍ତି। ଯାହାଫଳରେ ଲୋକଙ୍କୁ ଆଉ ଅଫିସରେ ଭିଡ଼ ଜମାଇବାକୁ ପଡ଼ିବନି। ଏଥିପାଇଁ କେନ୍ଦ୍ର ସରକାର ଆଜିଠୁ ଇ-ଭୋଟର କାର୍ଡ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଯାହାଫଳରେ ଦେଶର ମତଦାତା ନିଜର ଭୋଟର ଆଇକାର୍ଡ ଅନଲାଇନ୍‌ ଡାଉନଲୋଡ୍‌ କରିପାରିବେ।

ଭୋଟର ଆଇଡି କାର୍ଡର ଇ-ଭର୍ସନ ମୋବାଇଲ ଫୋନ କିମ୍ବା ପର୍ସନାଲ କମ୍ପ୍ୟୁଟରରେ ଡାଉନଲୋଡ୍ କରିହେବ। ନିର୍ବାଚନ କମିଶନର ଅଧିକାରୀ କହିଛନ୍ତି, ଏହି ଡିଜିଟାଲ ସଂସ୍କରଣ ସହିତ କୌଣସି ପ୍ରକାର ଏଡିଟ୍ କରିହେବନି। ସେଭଳି ଏହାକୁ ଡିଜିଟାଲ ଲକର ଭଳି ସୁବିଧାରେ ସୁରକ୍ଷିତ ରଖିହେବ। ଏହାଛଡା ଏହାକୁ ଇ-ଭର୍ସନର ପ୍ରିଣ୍ଟ ମଧ୍ୟ ବାହାର କରାଯାଇପାରେ।

ନିର୍ବାଚନ କମିଶନ୍ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଇ-ଇପିକ୍ (e-EPIC) କାର୍ଯ୍ୟକ୍ରମ ଆରମ୍ଭ କରିବା ସହିତ ୫ଟି ନୂତନ ଭୋଟରଙ୍କୁ ଡିଜିଟାଲ ଭୋଟର ଫଟୋ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯିବ। କାର୍ଡ ଛାପିବା ଏବଂ ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ ସମୟ ଲାଗିଥାଏ। ଭୋଟରଙ୍କ ପାଖରେ ଶୀଘ୍ର ଏବଂ ସହଜରେ କାର୍ଡ ଉପଲବ୍ଧ କରାଇବା ପାଇଁ ଆମେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛୁ।

ବର୍ତ୍ତମାନ ପର୍ଯ୍ୟନ୍ତ ଆଧାର କାର୍ଡ, ପାନ୍ କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ଡିଜିଟାଲ୍ ଫର୍ମାଟରେ ଉପଲବ୍ଧ ଥିଲା। ନିର୍ବାଚନ ଆୟୋଗର ବାର୍ଷିକୀ ପାଳନ ଅବସରରେ ଭୋଟର କାର୍ଡର ଏକ ଇ-ସଂସ୍କରଣ ଆରମ୍ଭ ହେଉଛି। ଭାରତର ଗଣତନ୍ତ୍ର ଦିବସର ଗୋଟେ ଦିନ ପୂର୍ବରୁ ଅର୍ଥାତ ୨୫ ଜାନୁୟାରୀ ୧୯୫୦ରେ ନିର୍ବାଚନ କମିଶନ ଗଠନ କରାଯାଇଥିଲା ବୋଲି ସେ କହିଛନ୍ତି।

କିଭଳି ମିଳିବ ଇ-ଭୋଟର କାର୍ଡ:
ଡିଜିଟାଲ ଭୋଟର କାର୍ଡ ପାଇଁ ମତଦାନକୁ ନିଜର ପୂରା ସୂଚନା ନିଶ୍ଚିତ ହେବା ଆବଶ୍ୟକ। ମତଦାତାଙ୍କର ମୋବାଇଲ ନମ୍ବର ସହିତ ଇ-ମେଲ ଆଇଡି ମଧ୍ୟ ବାଧ୍ୟତାମୂଳକ ହେବ। ଏହି ପ୍ରକ୍ରିୟା ଅନୁଯାୟୀ, ଭୋଟରଙ୍କ ମୋବାଇଲ୍ ନମ୍ବର ନିର୍ବାଚନ ଆୟୋଗର ଭୋଟର ତାଲିକାରେ ରେକର୍ଡ ହେବା ମାତ୍ରେ ଆପ୍ ମାଧ୍ୟମରେ ସେହି ଇ-ମେଲ୍ ଏବଂ ଫୋନରେ ମେସେଜ୍ ପାଇବେ। ସୁରକ୍ଷାକୁ ଧ୍ୟାନରେ ରଖି ପାସଓ୍ବାର୍ଡ ଭାବରେ ଓଟିପିର ସୁବିଧା ରହିବ। ଏଥିରେ ଦୁଇଟି କ୍ୟୁଆର କୋଡ ମଧ୍ୟ ରହିବ। ଏଥିରେ ଭୋଟର ଓ ତାଙ୍କର ଅଞ୍ଚଳର ପୁରା ସୂଚନା ରହିବ। ଉଲ୍ଲେଖନୀୟ ଯେ, ଭୋଟର ଆଇଡି କାର୍ଡର ହାର୍ଡକପି ମିଳିବା ବି ଜାରି ରହିବ।

Comments are closed.