Odisha Link
Bridging the Missing Links in Odisha

ରାଷ୍ଟ୍ରପତି ପୁଲିସ ପଦକ ଘୋଷଣା, ଓଡ଼ିଶାରୁ ୨ ଜଣ ହେବେ ପୁରସ୍କୃତ

ଭୁବନେଶ୍ବର: ରାଷ୍ଟ୍ରପତି ପୁଲିସ ପଦକ ଘୋଷଣା। ସାଧାରଣତନ୍ତ୍ର ଦିବସ ଅବସରରେ ପୁଲିସ ପଦକ ଘୋଷଣା କରାଯାଇଛି। ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୁଲିସ ପଦକ। ଅନ୍ୟ ୧୧ ଜଣ ପୁଲିସ କର୍ମଚାରୀଙ୍କୁ ମିଳିବ ଉଳ୍ଲେଖନୀୟ ସେବା ପଦକ। ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମାଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ। ବିଏସପିଏ ଡେପୁଟୀ ସୁବଦୋର ବୃଦ୍ଧି ବାହାଦୁର ଥାପାଙ୍କୁ ମିଳିବ ରାଷ୍ଟ୍ରପତି ପଦକ।

ସେହିପରି ଆଇନ ଶୃଙ୍ଖଳା ଆଇଜି ପ୍ରବୀଣ କୁମାର ପାଇବେ ପୋଲିସ ପଦକ। ଏହା ସହିତ ଏଏସପି ରବୀନ୍ଦ୍ର ଦାସ, ଏଏସପି ଭବାନୀ ଶଙ୍କର ମିଶ୍ର, ଡେପୁଟୀ କମାଣ୍ଡାଣ୍ଟ ଅଶୋକ ଦେହୁରୀ, ଏସିପି ପ୍ରକାଶ ପାଲ, ଏଏସଆଇ ମନୋରଞ୍ଜର ଶତପଥୀ, ହାବିଲଦାର ସରୋଜ ଭୋଇଙ୍କୁ ମିଳିବ ପୋଲିସ ପଦକ।

Comments are closed.