Odisha Link
Bridging the Missing Links in Odisha

+୨ ପରୀକ୍ଷା ଢାଞ୍ଚାରେ ବଦଳି, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ବଦଳିବ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା। ଏନେଇ ସୋମବାର ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି। ପ୍ରଶ୍ନପତ୍ରରେ ୫୦ ପ୍ରତିଶତ ମଲଟିପୁଲ ଚଏସ୍‌ ପ୍ରଶ୍ନ ପରୀକ୍ଷାରେ ଆସିବ। ମଲଟିପୁଲ ଚଏସ୍‌ ପ୍ରଶ୍ନ ପ୍ରତ୍ୟେକ ୧ ନମ୍ବର ବିଶିଷ୍ଟ ହେବ। ପ୍ରଶ୍ନପତ୍ରରେ ହାରାହାରି ୩୦ % ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ। ସଂକ୍ଷିପ୍ତ ଉତ୍ତରମୂଳକ ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୨ କିମ୍ବା ୩ ରହିବ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ପ୍ରଶ୍ନପତ୍ରରେ ୨୦ ପ୍ରତିଶତ ଦୀର୍ଘମୂଳକ ପ୍ରଶ୍ନ ରହିବ। ଦୀର୍ଘମୂଳକ ଯାହା ପ୍ରତ୍ୟେକ ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୫ ମାର୍କ ରଖାଯିବ। ୨୦୧୫ ପୂର୍ବରୁ ରେଜିଷ୍ଟ୍ରୀଭ୍‌ ପିଲାଙ୍କ ସିଲାବସ୍‌, ଢାଞ୍ଚା ଅପରିବର୍ତ୍ତିତ ରହିବ। ପୂର୍ବ ଭଳି ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ। ଏଥିସହ ପରୀକ୍ଷା ବୃଦ୍ଧି କିଛି ନିଷ୍ପତ୍ତି ହୋଇନଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

Comments are closed.