Odisha Link
Bridging the Missing Links in Odisha

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ମୁନିଗୁଡା: ରେଳଧାରଣାରେ କାମ ଚାଲିଥିବା ବେଳେ ମାଲବାହୀ ଟ୍ରେନ୍ ଲାଇନ ଚ୍ୟୁତ । ରାୟଗଡାରେ ଟ୍ରେନର ୪ଟି ବଗି ଲାଇନ ଚ୍ୟୁତ ହୋଇଥିବା ସୂଚନା ମିଳିଛି ।

ପ୍ରକାଶ ଯେ, ରାୟଗଡା ଜିଲ୍ଲା ମୁନିଗୁଡା ରେଳ ଷ୍ଟେସନ ନିକଟ ମୁନିଖୋଲରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଫଳରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଟ୍ରେନଟି ବିଶାଖାପାଟଣାରୁ ଛତିଶଗଡ ଅମୁଲାଇ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି ।

ରେଳ ଧାରଣା କାମ ଚାଲିଥିବା ବେଳେ ଟ୍ରେନ୍‌ ଟି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ଖବରପାଇ ରେଳବାଇ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଟ୍ରେନ୍ ଲାଇନଚ୍ୟୁତ୍ ହେବା ଫଳରେ ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Comments are closed.