Odisha Link
Bridging the Missing Links in Odisha

ଶଗଡ଼ ଉପରେ ମାଡିଗଲା ହାଇଓ୍ୱା, ୩ ଗୁରୁତର

ବଲାଙ୍ଗୀର:  ଶଗଡ଼ ଗାଡ଼ି ଉପରେ ହାଇୱା ଚଢ଼ି ୪ବଳଦ ମୃତ। ଏହି ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରାସ୍ତା ଧୁବଲପଡ଼ା ନିକଟରେ ଘଟିଛି।  ଘଟଣାସ୍ଥଳରେ ୩ ଜଣ ବ୍ୟକ୍ତି ଗୁରୁତର ହୋଇଥିବା ଜାଣାପଡ଼ିଛି।

ଆହତମାନଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଆଯାଇଛି । ଆହାତ ମାନେ ହେଲେ ଶେଷଦେବ ପଟେଲ, କୃଷ୍ଣନିଧି ସାହୁ ଓ ଦିଲୁ ଭୁଏ।

ସୂଚନାନୁସାରେ, କିଛି ବ୍ୟକ୍ତି ଭଇଁଷା ଗାଁରୁ ଧୁବଲପଡ଼ାକୁ ପାଳ ନେବା ପାଇଁ ଶଗଡ଼ ଧରି ଆସୁଥିଲେ। ସେହି ସମୟରେ ବଲାଙ୍ଗିର ପଟୁ ପାଟଣାଗଡ଼ ଆଡ଼କୁ ଦୃତ ଗତିରେ ଯାଉଥିବା ଏକ ହାଇୱା ଗାଡ଼ି ଶଗଡ଼ଗୁଡ଼ିକ ଉପରେ ଚଢ଼ି ଯାଇଥିଲା।