Odisha Link
Bridging the Missing Links in Odisha

ବ୍ରହ୍ମପୁରରେ ପୁଣି ନକଲି ସସ୍‌ ଫ୍ୟାକ୍ଟ୍ରି ଠାବ

ବ୍ରହ୍ମପୁର: ପୁଣି ବ୍ରହ୍ମପୁରରେ ଗୋଟିଏ ଅପମିଶ୍ରିତ ସସ୍‌ କାରଖାନା ଠାବ ହୋଇଛି। ବଡ଼ବଜାର ଥାନା ସୋମନାଥପୁରରେ ଠାବ କଲା ପୋଲିସ। ଏକ ନାମୀ କମ୍ପାନୀ ନାଁରେ ଚାଲିଥିଲା ଅପମିଶ୍ରଣ କରାବାର। ଆଳୁ, ଆରାରୁଟ ପାଉଡ଼ର ଓ ଫ୍ୟାକିଂ ମେସିନ, ପ୍ଲାଷ୍ଟିକ୍‌ ବୋତଲ ଜବତ ହୋଇଛି। ଜଣଙ୍କୁ ଗିରଫ କରି ବଡ଼ବଜାର ପୋଲିସର ତନାଘନା ଜାରି ରହିଛି।

ପ୍ରକାଶ ଯେ, ବ୍ରହ୍ମପୁରରେ ନକଲି ମସଲା ଓ ଲଙ୍କାଗୁଣ୍ଡ ଫ୍ୟାକ୍ଟ୍ରି ଠାବ କରାଯାଇଛି। ସହରର ବଡ଼ବଜାର ପାଣ୍ଡବନଗରରେ ନକଲି ମସଲା ଓ ଲଙ୍କା ଗୁଣ୍ଡ ଫ୍ୟାକ୍ଟ୍ରିକୁ ସିଲ୍ କରାଯାଇଛି। ଏହାସହ କାରଖାନାର ନକଲି ସାମଗ୍ରୀ ପ୍ରସ୍ତୁତ ପାଇଁ ଥିବା ମେସିନ, ପଲି ପ୍ୟାକ ଆଦି ଜବତ ହୋଇଛି। କାରଖାନାର ମାଲିକ ଜଣକ ରାୟପୁରରୁ ମରିଚ ଗୁଣ୍ଡ ଓ ମେସିନ ଆଣି ଏଠାରେ ପ୍ୟାକିଂ କରୁଥିଲା ବୋଲି କହିଛନ୍ତି। ଏହାସହ ସେ ଗଞ୍ଜାମ ଜିଲ୍ଲା ଓ ଛତିଶଗଡ଼ର ରାୟପୁରରେ ଏହି ନକଲି ସାମଗ୍ରୀ ବିକ୍ରି କରୁଥିଲା ବୋଲି ସ୍ୱୀକାର କରିଛନ୍ତି।

Comments are closed.