Odisha Link
Bridging the Missing Links in Odisha

ବଜେଟ୍ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: ଆଜି ବଜେଟ୍ ଅଧିବେଶନ ଆରମ୍ଭ ହୋଇଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ‘କରୋନା ସମୟରେ ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କରୋନା ବିରୋଧରେ ଦେଶ ଏକଜୁଟ୍ ହୋଇ ଲଢିଛି । ଯେତେ ସମସ୍ୟା ଆସିଲେ ବି ଦେଶ ଅଟକିଯିବ ନାହିଁ ।

କରୋନା କାଳରେ ଦେଶ ନୂଆ ସାମର୍ଥ୍ୟ ସହ ଆସିଛି । କରୋନା ସମୟରେ ସରକାର ପ୍ରବାସୀଙ୍କ କଥା ଚିନ୍ତା କରିଛନ୍ତିି । ସଠିକ୍ ନିଷ୍ପତ୍ତି ଯୋଗୁଁ କରୋନା ନିୟନ୍ତ୍ରଣରେ ରହିପାରିଛି। ଗରିବଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯାଇଛି। ଲୋକଙ୍କୁ ମାଗଣା ରାସନ ଓ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ହୋଇଥିଲା । ଉଜ୍ୱଳା ଯୋଜନାରେ ମହିଳାଙ୍କୁ ୧୪ କୋଟି ସିଲିଣ୍ଡର ମିଳିଥିଲା।

ସ୍ୱାମୀନାଥନ ସୁପାରିସ ଲାଗୁ କରି ଏମଏସପି ଦେଢଗୁଣା କରାଯାଇଛି । ଜଳ ସେଚନ ସୁବିଧା ବଢିଛି, ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇଛି । ୨୦୧୪ରେ ୨୩୪ ମିଲିୟନ ଟନ୍ ଖାଦ୍ୟ ଉତ୍ପାଦନ ହେଉଥିଲା । ଏବେ ଦେଶର ଖାଦ୍ୟ ଉତ୍ପାଦନର ପରିମାଣ ୧୯୬ ମିଲିୟନ୍ ଟନ୍ ରହିଛି ।’

Comments are closed.