Odisha Link
Bridging the Missing Links in Odisha

ତେଲ ଦର ନକମିଲେ ୧୫ରେ ଓଡ଼ିଶା ବନ୍ଦ ଡ଼ାକରା

ଭୁବନେଶ୍ବର: ତେଲ ଦର ନକମିଲେ ଫେବୃଆରୀ ୧୫ରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଛି। ଏନେଇ ବ୍ରହ୍ମପୁରରେ ଚାଲିଥିବା ଦଳୀୟ ସମାବେଶରେ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ସହିତ ତୈଳ ଦର କମାଇବାକୁ ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି। ଦଳୀୟ ସମାବେଶରେ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ନିରଞ୍ଜନ ପେଟ୍ରୋଲ ଦର ଅତିକମରେ ୧୦ ଟଙ୍କା କମ କମାଇବାକୁ ଦାବି କରିଛନ୍ତି। ତୈଳ ଦର ନକମିଲେ ଫେବୃଆରୀ ୧୫ରେ ଓଡ଼ିଶା ବନ୍ଦ ଡ଼ାକରା ଦିଆଯିବ ବୋଲି କରିଛନ୍ତି ନିରଞ୍ଜନ ପଟ୍ଟନାୟକ। ତୈଳ ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେ ଦାୟୀ କରିଛନ୍ତି।

ପ୍ରକାଶ ଯେ, ସମଗ୍ର ଦେଶରେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଦର ୧୦୦ ପାଖାପାଖି ଛୁଇଁଲାଣି। ରାଜଧାନୀ ଭୁବନେଶ୍ଵରରେ ପେଟ୍ରୋଲ ଲିଟର ପିଛା ଦିନକୁ ଦିନ ବୃଦ୍ଧି ପାଇ ୮୬.୯୬ ଟଙ୍କାରେ ପହଞ୍ଚିଛି। ବ୍ରହ୍ମପୁରରେ ମହାତ୍ମାଗାନ୍ଧୀଙ୍କ ତିରୋଧନ ଦିବସ ସମାରୋହ ବୈଠକ ଆୟୋଜିତ ହୋଇଛି।

ଓଡ଼ିଶା କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ସମାବେଶରେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ପି ସି ସି ସଭାପତି ନିରଞ୍ଜନ ପଟ୍ଟନାୟକ, ତାରା ବାହିନିପତି, ନରସିଂହ ମିଶ୍ର, ଗଞାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା, ସୁର ରାଉତ ରାୟ, ଜୟଦେବ ଜେନା, ଶରତ ପଟ୍ଟନାୟକ, ଛାତ୍ର କଂଗ୍ରେସ ସଭାପତି ୟାସିର୍ ଅହମ୍ମଦ, ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ମୋହନା ବିଧାୟକ ଦାସରଥୀ ଗମାଙ୍ଗ ଆଦି ଯୋଗ ଦେଇଥିଲେ।

Comments are closed.