Odisha Link
Bridging the Missing Links in Odisha

ଝରାଫୁଲ ମୃତ୍ୟୁ ଘଟଣା: ସିଲ୍ ହେଲା ଶିବସାଇ ଗେଷ୍ଟ ହାଉସର ରୁମ୍ ନମ୍ବର ୨୦୧

ଭୁବନେଶ୍ବର: ବହୁ ଚର୍ଚ୍ଚିତ ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଭୁବନେଶ୍ୱର ଶିବସାଇ ଗେଷ୍ଟ ହାଉସର ରୁମ ନମ୍ବର ୨୦୧କୁ ସିଲ୍ କରିଛି ପୋଲିସ। ଏହି ରୁମ୍‌ରେ ରହିଥିଲେ ଝରାଫୁଲ ଓ ତାଙ୍କ ପୁରୁଷ ବନ୍ଧୁ ରାକେଶ। ତେବେ ଆଜି ପାଖାପାଖି ୨ ଘଣ୍ଟା ଧରି ଯାଞ୍ଚ କରିବା ପରେ ଏହି ରୁମକୁ ସିଲ୍ କରିଛି କୁଆଖିଆ ଥାନା ପୋଲିସ। ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲାରେ ପୁଲିସର ଛାନଭିନ ଜାରି ରହିଛି।

ମୃତ୍ୟୁ ଉପରୁ ପରଦା ଉଠାଇବା ପାଇଁ ତନାଘନା ଚଲାଇଛି ପୁଲିସ। ମୃତ୍ୟୁ ପୂର୍ବରୁ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ଝରାଫୁଲ ରାତି ବିତାଇଥିବା ଶିବସାଇ ଗେଷ୍ଟ ହାଉସରେ ପୁଲିସ ଚଢାଉ କରିଛି। ଗେଷ୍ଟ ହାଉସରେ ଝରାଫୁଲ ରହିଥିବା ରୁମ୍ ଓ ସିସିଟିଭି ଫୁଟେଜ ଓ ରେଜିଷ୍ଟରର ଯାଞ୍ଚ କରୁଛି ପୁଲିସ। ଯାଜପୁର କୁଆଖିଆର ଏସଡିପିଓ, ଆଇଆଇସିଙ୍କ ସମେତ ସାଇଣ୍ଟିଫିକ ଟିମ୍ ଚଢାଉ କରିଛି।

ଗେଷ୍ଟ ହାଉସ ମାଲିକଙ୍କୁ ବି ପଚରାଉଚରା କରାଯାଉଛି। ୨୬ ତାରିଖ ରାତିରେ ଝରାଫୁଲ ଓ ରାକେଶ ଏହି ଗେଷ୍ଟ ହାଉସରେ ରହିଥିଲେ। ୨୭ ତାରିଖ ସକାଳେ ରାକେଶ ଓ ଆଉ ଜଣେ ବନ୍ଧୁ ଝରାଫୁଲଙ୍କୁ ସ୍କୁଟିରେ ବସାଇ ନେଉଥିବାର ସିସିଟିଭି ଫୁଟେଜ ମଧ୍ୟ ମିଳିଛି।

Comments are closed.