Odisha Link
Bridging the Missing Links in Odisha

ସାରଦା ଖଣିକୁ ୨ ହଜାର ୫୬ କୋଟି ଟଙ୍କାର ଜରିମାନା

କେନ୍ଦୁଝର: ସାରଦା ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ ଉପରେ ୨ ହଜାର ୫୬ କୋଟି ଟଙ୍କାର ଜରିମାନା କରାଯାଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ସାରଦା ଖଣିର ନିର୍ଦ୍ଦେଶକ ଅର୍ଜୁନ ସାରସ୍ୱତଙ୍କ ନିକଟକୁ ୨ ହଜାର ୫୬ କୋଟି ୩୮ ଲକ୍ଷ ୪୩ ହଜାର ୫୬୭ ଟଙ୍କା ଜରିମାନା ପାଇଁ ଡିମାଣ୍ଡ ନୋଟିସ ପଠାଯାଇଛି। ୨୫ ଜାନୁୟାରୀରେ ଡିମାଣ୍ଡ ନୋଟିସ୍ ଜାରି କରାଯାଇଛି

ଏହି ନୋଟିସରେ ଦର୍ଶାଯାଇଛି, ପରିବେଶ ମଞ୍ଜୁରୀକୁ ଉଲଂଘନ କରି ବ୍ୟାପକ ଖଣି ଖନନ କରିଛି ସାରଦା ମାଇନ୍ସ। ଠାକୁରାଣୀ ବ୍ଲକ ବି ଲୁହା ଖଣିରେ ସାରଦା ମାଇନ୍ସ ଅନୁମତି ଠାରୁ କେତେ ଅଧିକ ଖନନ କରିଛି, ତା’ର ବିବରଣୀ ମଧ୍ୟ ଏହି ନୋଟିସରେ ପ୍ରଦାନ କରାଯାଇଛି। ଡିମାଣ୍ଡ ନୋଟିସ ପଠା ଯାଇଥିଲେ ବି ବର୍ତମାନ ଖଣି ଖନନ କାର୍ଯ୍ୟ ବନ୍ଦ ହେବ ନାହିଁ। ଡିମାଣ୍ଡ ନୋଟିସ୍ ଅନୁସାରେ ଯଦି ସାରଦା ଖଣି, ପଦକ୍ଷେପ ନେବ ନାହିଁ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

ପରିବେଶ ମଂଜୁରୀଠାରୁ ଅଧିକ ଖଣି ଖନନ ନେଇ ଗତବର୍ଷ ଅକ୍ଟୋବର ୬ ତାରିଖ ଓ ଚଳିତ ବର୍ଷ ଜାନୁଆରୀ ୭ ତାରିଖରେ ସାରଦା ଖଣିକୁ ନୋଟିସ କରାଯାଇଥିଲା। ଗତ ୨୫ ତାରିଖରେ ସାରଦା ମାଇନ୍ସ ପକ୍ଷରୁ ଯେଉଁ ଉତ୍ତର ରଖାଯାଇଥିଲା। ତାହା ସନ୍ତୋଷଜନକ ନଥିଲା ବୋଲି ଦର୍ଶାଇଛନ୍ତି ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକ। ଏହାପରେ ୨ ହଜାର ୫୬ କୋଟିରୁ ଅଧିକ ଜରିମାନା ପାଇଁ ଡିମାଣ୍ଡ ନୋଟିସ୍ ପଠାଯାଇଛି। ତେବେ ଏ ନେଇ ସାରଦା ଖଣି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

Comments are closed.