Odisha Link
Bridging the Missing Links in Odisha

କରଣଙ୍କ ସହ କାମ କରିବାକୁ ୧୦୦ କୋଟି ନେବେ ବିଜୟ

ମୁମ୍ବାଇ: ସାଉଥ ସୁପାରଷ୍ଟାର ବିଜୟ ଦେବରକୋଣ୍ଡାଙ୍କୁ ଖୁବ ଶୀଘ୍ର ବଲିଉଡ଼ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ପୁରୀ ଜଗନ୍ନାଥଙ୍କ ନିର୍ଦ୍ଦେଶିତ କରଣ ଜୋହରଙ୍କ ପ୍ରଡକ୍ସନ୍ ‘ଲାଇଗର’ରେ ବିଜୟ ମୁଖ୍ୟ ଭୂମିକାରେ ନଜର ଆସିବେ।

‘ଲାଇଗର’ ବ୍ୟତିତ ଆଉ ଦୁଇଟି ସିନେମାରେ ମଧ୍ୟ ନଜର ଆସିବେ ବିଜୟ। ଏକକାଳୀନ ତିନୋଟି ସିନେମା ପାଇଁ ସେ କରଣଙ୍କ ସହ ଚୁକ୍ତି କରିଛନ୍ତି। ଏଥିପାଇଁ ଉଭୟଙ୍କ ମଧ୍ୟରେ ୧୦୦ କୋଟି ଟଙ୍କାର ଡିଲ୍‌ ହୋଇଛି। ବିଜୟଙ୍କୁ କରଣଙ୍କ ଧର୍ମା ପ୍ରଡକ୍ସନ୍ସ ବ୍ୟାନରରେ ତିନୋଟି ସିନେମା କରିବାକୁ ପଡିବ। ବିଜୟଙ୍କୁ ଫ୍ରି ଟାଇମ ମିଳିଳେ କରଣଙ୍କ ସହ ଏହି ପ୍ରୋଜେକ୍ଟରେ କାମ କରିପାରିବେ।

ପ୍ରକାଶ ଯେ, ବିଜୟଙ୍କୁ ‘ଲାଇଗର’ ସିନେମାରେ ଜଣେ ଆକ୍ସନ ହିରୋ ଭୂମିକାରେ ଦେଖିବାକୁ ମିଳିବ। ତେଣୁ କରଣ ତାଙ୍କର ଆଉ ଏକ ସିନେମାରେ ବିଜୟଙ୍କୁ ରୋମାଣ୍ଟିକ ହିରୋ ଭୂମିକାରେ ଦେଖିବାକୁ ଚାହୁଁଛନ୍ତି।

ତାଙ୍କର ପରବର୍ତ୍ତୀ ସିନେମାଟି କରଣ ଜୋହର ଶୈଳୀରେ ହେବ। ଏଥିରେ ବିଜୟଙ୍କୁ ରୋମାଣ୍ଟିକ-ଗ୍ଲାମରସ୍ ଚରିତ୍ରରେ ଦେଖିବାକୁ ମିଳିବ। ଏଥିରେ ବିଜୟ ବେଶ ଷ୍ଟାଇଲିସ୍ ଲୁକ୍‌ରେ ନଜର ଆସିବେ। ବର୍ତ୍ତମାନ ଏହି ସିନେମାର ସ୍କ୍ରିପ୍ଟ ଉପରେ କାମ ଚାଲିଥିବା ସୂଚନା ମିଳିଛି।

Comments are closed.