Odisha Link
Bridging the Missing Links in Odisha

ଚିଟଫଣ୍ଡ ଠକେଇ ମାମଲା: ୭ ଜଣଙ୍କୁ ସଜା

ଭୁବନେଶ୍ବର: ୨ ଟି ଚିଟଫଣ୍ଡ ଠକେଇ ମାମଲାରେ ୭ ଜଣଙ୍କୁ ଜେଲ ଦଣ୍ଡାଦେଶ ଦିଆ ଯାଇଛି। ୭ ଜଣଙ୍କୁ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଦେଲେ ସ୍ବତନ୍ତ୍ର କୋର୍ଟ। ୭ ବର୍ଷ ଜେଲ ଦଣ୍ଡାଦେଶ ସହ ୫ ଲକ୍ଷ ଟଙ୍କା ଜୋରିମାନା। ସିଦ୍ଧ ମହାପୁରୁଷ ମନିରେ ୨ଟି ଠକେଇ ମାମଲାରେ ଦଣ୍ଡ। ୨ ଟି ମାମଲାରେ ୮ କୋଟିରୁ ଅଧିକ ଠକେଇ ଅଭିଯୋଗ ଥିଲା

ଏହାଛଡ଼ା ପ୍ରତ୍ୟେକଙ୍କୁ ୫ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦଣ୍ଡାଦେଶ ଦିଆଯାଇଛି। ସିଦ୍ଧ ମହାପୁରୁଷ ମନି ସୋସାଇଟି ନାମକ ଏକ ଚିଟଫଣ୍ଡ ସଂସ୍ଥା ଖୋଲି ସେମାନେ ପ୍ରାୟ ୮ କୋଟି ଟଙ୍କା ଠକି ନେଇଥିଲେ। ଏନେଇ ୨ ଟି ଠକେଇ ମାମଲା ରୁଜୁ କରାଯାଇଥିଲା। କୋର୍ଟ ସାକ୍ଷ୍ୟ ପ୍ରମାଣ ଆଦିକୁ ଭିତି କରି ଚିଟଫଣ୍ଡ ଲୁଟେରାଙ୍କୁ ଅଭିଯୁକ୍ତ ଦର୍ଶାଇବା ସହ ଦଣ୍ଡ ବିଧାନ କରିଛନ୍ତି।

ପ୍ରକାଶ ଯେ, ରାଜ୍ୟରେ ଶତାଧିକ ଚିଟଫଣ୍ଡ କମ୍ପାନୀ ପ୍ରାୟ ୩୦ ହଜାର କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। କେତେକ ମାମଲାରେ ଚିଟଫଣ୍ଡ ଲୁଟେରାଙ୍କୁ ପୂର୍ବରୁ ମଧ୍ୟ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି।

 

Comments are closed.