Odisha Link
Bridging the Missing Links in Odisha

ପାଳ ଗଦାରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ

ରାୟଗଡ଼ା: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲାକରିସ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାଳ ଗଦାରେ ନିଆଁ ଲାଗି ଦୁଇ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଦୁଇ ଜଣ ଶିଶୁ ହେଲେ ୫ ବର୍ଷର କୁମାରୀ ମାଝୀ ଏବଂ ୩ ବର୍ଷର ବିଦ୍ୟା ମାଝୀ। ୨ ଶିଶୁଙ୍କ ମୃତ୍ୟୁ ପରେ ପରିବାରରେ କାନ୍ଦ ବୋବାଳି ଲାଗି ରହିଛି।

ପ୍ରକାଶ ଯେ, ଆଜି ମଧ୍ୟାହ୍ନ ସମୟରେ ଦୁ​ର୍ଯ୍ୟେଧନ ମାଝୀଙ୍କ ଦୁଇ ଝିଅ ପରିବା କ୍ଷେତରେ ଥିବା ପାଳଗଦା ନିକଟରେ ବସିଥିଲେ। ହେଲେ ସେହି ସମୟରେ ହଠାତ୍ ପାଳଗଦାରେ ନିଆଁ ଲାଗି ଯାଇଥିଲା। ଏହି ନିଆଁରେ ୨ ଶିଶୁ ପୋଡି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ନିଆଁ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଦୁଇ ଶିଶୁ ପୋଡିହୋଇ ପ୍ରାଣ ହରାଇଥିଲେ। କାଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Comments are closed.