Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର: କେନ୍ଦ୍ରୀୟ ରେଳ ବଜେଟ ୨୦୨୧-୨୨ ଆର୍ଥୀକ ବର୍ଷ ପାଇଁ ଓଡିଶାକୁ ୬ ହଜାର ୯୯୫.୫୮ କୋଟି ଟଙ୍କା ଅନୁଦାନ ମିଳିଛି। କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ କ୍ରମାଗତ ଭାବେ ରେଳ ବଜେଟରେ ଓଡିଶାକୁ ଅଧିକରୁ ଅଧିକ ଅର୍ଥ ମିଳିଛି। ପୁର୍ବରୁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ରେଳ ବଜେଟରେ ଓଡିଶାକୁ କେବେବି ୧୦୦୦ କୋଟିରୁ ଅଧିକ ଅର୍ଥ ମିଳିନଥିଲା। ମୋଦି ସରକାର ସମୟରେ ବର୍ତମାନ ସୁଦ୍ଧା ଓଡିଶାକୁ ରେକର୍ଡ ପରିମାଣ ୩୬,୧୦୭ କୋଟି ଟଙ୍କାର ଅନୁଦାନ ମିଳିଥିବାରୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତି।ସମିର ମହାନ୍ତି କହିଛନ୍ତି ଯେ, ଖୋର୍ଦ୍ଧା- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ପାଇଁ ଗତ ବର୍ଷ ୫୨୦ କୋଟି ଅର୍ଥ ଦିଆଯାଇଥିବାବେଳେ ଚଳିତ ବର୍ଷ ଏହି ପ୍ରକଳ୍ପ ପାଇଁ ୧୦୦୦.୫୦ କୋଟି ବ୍ୟୟ ବରାଦ ହୋଇଛି ,ଯାହାକି ୯୨.୪ ପ୍ରତିଶତ ଅଧିକା।

ବଂଶପାଣି-ଦୈତାରୀତୋମକା-ଜାଖପୁରା ଦୋହରୀକରଣ ରେଳ ଲାଇନ ପାଇଁ ଗତ ବର୍ଷ ୮୦କୋଟି ଟଙ୍କା ଅନୁଦାନ ମିଳିଥିବା ସମୟରେ ଚଳିତବର୍ଷ ୨୨୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି,ଯାହାକି ୧୮୫ ପ୍ରତିଶତ ଅଧିକା। ବୃନ୍ଦାମାଳ-ଝାରସୁଗୁଡା ପ୍ଲାଏ ଓଭର ପାଇଁ ୨୦କୋଟି, ଭଦ୍ରକ – ନିଙ୍ଗୁଣ୍ଡି ତୃତୀୟ ରେଳ ଲାଇନ ପାଇଁ ୨୨୯ କୋଟି, ବୁଢାପଙ୍କ-ଶାଳଙ୍ଗା ପାଇଁ ୨୧୫ କୋଟି, ରାଉରକେଲା – ଝାରସୁଗୁଡା ତୃତୀୟ ଲାଇନ ପାଇଁ ୨୩୦ କୋଟି, ନାରାୟଣଗଡ- ଭଦ୍ରକ ତୃତୀୟ ଲାଇନ ପାଇଁ ୨୨୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ସେହିପରି ରେଳ ଯାତ୍ରୀଙ୍କ ସୁବିଧା ପାଇଁ ୪୨୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଚଳିତ ରେଳ ବଜେଟରେ ଓଡିଶାକୁ ରେକର୍ଡ ପରିମାଣର ଅର୍ଥ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡିଶାବାସୀଙ୍କ ତରଫରୁ ଧନ୍ୟବାଦ ଦିଆଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Comments are closed.