Odisha Link
Bridging the Missing Links in Odisha

ଆଜି କୋଟିଆରେ ଅନେକ ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

କୋଟିଆ: ଆଜି କୋଟିଆରେ ଅନେକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଟିଆରେ ୧୦ ଶଯ୍ୟା ବିଶିଷ୍ଟ ହସପିଟାଲ, ସବ ସେଣ୍ଟର, ଅଫିସର କ୍ଲଷ୍ଟର ଗୃହ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପାଇଁ ସରକାରୀ ବାସ ଗୃହ, ମାଡକର ଗାଁକୁ ରାସ୍ତା, ସରକାରୀ ଆଶ୍ରମ ହାଇସ୍କୁଲର ଅତିରିକ୍ତ ଶ୍ରେଣୀଗୃହର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।

ସବୁ ପ୍ରକଳ୍ପର ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ କୋଟିଆର ବିକାଶ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଲୋକ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଗୋଟିଏ ପଟେ ଓଡ଼ିଶା ସରକାର ସେଠାରେ ବିକାଶମୂଳକ କାର୍ଯ୍ୟ ଉପରେ ଗରୁତ୍ୱ ଦେଉଥିବା ବେଳେ ଆନ୍ଧ୍ରପ୍ରଦେଶ କିନ୍ତୁ ନିଜ ପ୍ରକୃତିରେ ଆଣୁନି ସୁଧାର।

କୋଟିଆ ପୁଞ୍ଜରେ ୩ ଗାଁରେ ଆନ୍ଧ୍ର ପକ୍ଷରୁ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଓଡିଶା ସରକାର କୋଟିଆରେ ୧୫୦କୋଟି ବ୍ୟୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରୁଛି। ତଥାପି ଆନ୍ଧ୍ର ଆଡକୁ ଢଳୁଛି କୋଟିଆ। ଓଡ଼ିଶା ପକ୍ଷରୁ କେବଳ ଗୋଟିଏ କୋଟିଆ ପଞ୍ଚାୟତ କରାଯାଇଥିବା ବେଳେ ଆନ୍ଧ୍ର ୩ଟି ପଞ୍ଚାୟତରେ ବିଭକ୍ତ କରିଛି। ଗଞ୍ଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀ । ଆସନ୍ତା ୧୩ରେ ୩ଟି ପଞ୍ଚାୟତ ପାଇଁ ଆନ୍ଧ୍ରର ସରପଞ୍ଚ ନିର୍ବାଚନ କରାଇବ ବୋଲି ଯୋଜନା କରିଛି।

Comments are closed.