Odisha Link
Bridging the Missing Links in Odisha

ରାସ୍ତା ଉପରେ ଜଳିଗଲା କାର୍

ନବରଙ୍ଗପୁର: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପ୍ରଗତି ମହାବିଦ୍ୟାଳୟ ରାସ୍ତା ଆଗରେ ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଛି। ନିଆଁ ଲାଗିଯିବାରୁ ଚଳନ୍ତା କାରରୁ ଡେଇଁ ପଡ଼ିଥିଲେ ଡ୍ରାଇଭର ଓ ଯାତ୍ରୀ। କାର୍ ରାସ୍ତା କଡ଼ରେ ହୁତୁ ହୁତୁ ହୋଇ ଜଳି ଯାଇଥିଲା।

ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁ ନିୟନ୍ତ୍ରଣ କରିଥିଲେ ହେଁ କାର୍ ସଂପୂର୍ଣ୍ଣ ଜଳିଯାଇଛି। ଏ ନେଇ କାର୍ ମାଲିକ ଭବାନୀପାଟଣା ଟାଉନ ଥାନାରେ ଏତଲା ଦେଇଛନ୍ତି ।

Comments are closed.