୧୧୭୮ ଟ୍ୱିଟର ଆକାଉଣ୍ଟ ବ୍ଲକ୍ ପାଇଁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମକୁ ନେଇ ଭାରତ ସରକାରଙ୍କର ବଡ ନିଷ୍ପତ୍ତି। ୧୧୭୮ ଟ୍ୱିଟର ଆକାଉଣ୍ଟ ବ୍ଲକ୍ ପାଇଁ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ସୂଚନା ଅନୁଯାୟୀ ଏହିସବୁ ଆକାଉଣ୍ଟଗୁଡିକ ଖାଲିସ୍ତାନୀ ସମର୍ଥକ କିମ୍ବା ପାକିସ୍ତାନ ଲିଙ୍କ ରହିଛି ବୋଲି ସନ୍ଦେହ କରାଯାଉଛି।
ସୂଚନା ମୁତାବକ, ଆଇଟି ଆକ୍ଟର ଧାରା 69A ଅଧିନରେ ଦିଆଯାଇଥିବା ନିର୍ଦ୍ଦେଶକୁ ଟ୍ୱିଟର ଏପର୍ଯ୍ୟନ୍ତ ପାଳନ କରିନାହିଁ। ଏକ ସୂତ୍ରରୁ ପ୍ରକାଶ ଯେ, ଯେଉଁ ଆକାଉଣ୍ଟଗୁଡିକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ତାହା ଖାଲିସ୍ତାନୀ ସମର୍ଥକ। ଯେଉଁମାନଙ୍କର ପାକିସ୍ତାନ ସହ ଲିଙ୍କ ରହିଛି ଆଉ ଯାହାକୁ ବିଦେଶରୁ ପରିଚାଳନା କରାଯାଉଛି। ଏମାନଙ୍କ ମଧ୍ୟରୁ ଅନେକ ଆକାଉଣ୍ଟସ୍ ଅଟୋମେଟେଡ୍ ବଟସ୍।
କୃଷକ ଆନ୍ଦୋଳନ ସମୟରେ ମିଥ୍ୟା ଖବର ପ୍ରସାରଣ ଓ ଉତ୍ତେଜନା ପୂର୍ଣ୍ଣ କଣ୍ଟେଣ୍ଟ ଶେୟାର କରିବା ପାଇଁ କରାଯାଉଥିଲା ଯାହା ଫଳରେ ଟ୍ୱିଟର ବିବାଦରେ ରହିଥିଲା। ପରେ ପ୍ରାୟ ୨୫୭ ଟ୍ୱିଟର ହ୍ୟାଣ୍ଡେଲକୁ ବ୍ଲକ୍ କରିବା ଲାଗି କେନ୍ଦ୍ର ଦାବି କରିଥିଲା। ଏଭଳି ସମୟରେ ଟ୍ୱିଟର ଇଣ୍ଡିଆ ଏବଂ ଦକ୍ଷିଣ ଏସିଆର ପବ୍ଲିକ୍ ପଲିସି ନିର୍ଦ୍ଦେଶକ ମହିମା କୋଲ୍ ଇସ୍ତଫା ଦେଇଛନ୍ତି।