Odisha Link
Bridging the Missing Links in Odisha

ରିମାଣ୍ଡରେ ଗଲେ ପାଠକ ବାପପୁଅ

ଭୁବନେଶ୍ବର: ରିମାଣ୍ଡରେ ଗଲେ ଅଭୟ ପାଠକ ଓ ପୁତ୍ର ଆକାଶ ପାଠକ। ନିଯୁକ୍ତି ନେଇ ଠକେଇ ମାମଲାରେ ଉଭୟ ବାପା-ପୁ୍ଅଙ୍କୁ ରିମାଣ୍ଡ ଅନୁମତି ଦେଇଛନ୍ତି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ। ଗୋପାଳପୁର ବନ୍ଦରରେ ନିଯୁକ୍ତି ନେଇ ଠକେଇ ମାମଲାରେ ଗୋଳନ୍ଥରା ଥାନା ପୋଲିସ ରିମାଣ୍ଡରେ ନେଇଛି।

ପ୍ରକାଶ ଯେ, ଟାଟାର ଜାଲ୍ ଆଇଡି କାର୍ଡ, ଭିଜିଟିଂ କାର୍ଡ, ଇମେଲ୍ ଆଇଡି କରି ଲୋକଙ୍କୁ ଭୁଆଁ ବୁଲାଉଥିଲେ ଆକାଶ ପାଠକ। ଚାକିରି ନାଁରେ ଭାବି ଶ୍ୱଶୁର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗରେ ଆଦାୟ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା।

ଏମିତିକି ଜାଲ୍ ନିଯୁକ୍ତି ପାଇଥିବା ଯୁବକ ଯୁବତୀଙ୍କୁ ଅନ୍‌ଲାଇନ୍‌ରେ ଟ୍ରେନିଂ ବି ଦିଆଯାଇଥିଲା। ଭାବି ଜ୍ୱାଇଁଙ୍କ ମିଛ ଉପରେ ସତର ଖୋଳପା ମଡ଼ାଉଥିଲେ ପ୍ରଦୀପ ପାଣିଗ୍ରାହୀ। ଆକାଶଙ୍କ ପିଏସ୍‌ ପିଟରଙ୍କୁ ଜେରା ବେଳେ ଏନେଇ ଖୁଲାସା ହୋଇଥିଲା।

Comments are closed.