Odisha Link
Bridging the Missing Links in Odisha

ଏସସିବି ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଛେଦ ଆରମ୍ଭ

କଟକ: ଏସସିବି ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଛେଦ ଆରମ୍ଭ ହୋଇଛି। ରାଣୀହାଟ ପୋଲଠାରୁ ମାତୃଭବନ ଯାଏ ଉଚ୍ଛେଦ ହେବ। ତାଳଦଣ୍ଡା କେନାଲ ରାସ୍ତାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଜବରଦଖଲକୁ ଉଚ୍ଛେଦ କରୁଛି ପ୍ରଶାସନ।

ତେବେ ତାଳଦଣ୍ଡା କେନାଲର ଉଭୟ ରାସ୍ତାକୁ ୩ ଲେନ୍ ରାସ୍ତା ସହିତ ସଂଯୋଗ ପାଇଁ ସମୀକ୍ଷା ପରେ ନିଷ୍ପତି ନିଆଯାଇଛି। ତାଳଦଣ୍ଡା କେନାଲର ଡାହାଣ ପାର୍ଶ୍ୱରେ ଥିବା ଯୋବ୍ରାରୁ ହିନ୍ଦ ସିନେମା ହଲ ରାସ୍ତା, ବାମ ପଟ କେନାଲ ଯୋବ୍ରାରୁ କଟକ ସୁଇଟ୍ ଷ୍ଟଲ୍ ଯାଏଁ ରାସ୍ତାର ସମ୍ପ୍ରସାରଣ ପାଇଁ ନିଷ୍ପତି ହୋଇଛି। ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ କଟକ ଗସ୍ତ ସମୟରେ କଟକ ବଡ ମେଡିକାର ରାସ୍ତା ସମ୍ପ୍ରସାରଣ ନେଇ ଘୋଷଣା କରିଥିଲେ।

Comments are closed.