Odisha Link
Bridging the Missing Links in Odisha

ସ୍ୱାମୀ ଦେଇଥିଲା ସୁପାରୀ

ନୟାଗଡ଼: ନୟାଗଡ଼ ଶରଣକୂଳ ଥାନା ସସ୍ମିତା ମହାପାତ୍ର ହତ୍ୟା ଘଟଣା ଏବ ନୂଆ ମୋଡ଼ ନେଇଛି। ମାମଲାରେ ୪ଜଣ ସୁପାରି କିଲରଙ୍କୁ ଅଟକ ରଖିଛି ପୋଲିସ। ଆଜି ପୋଲିସ ହତ୍ୟା ଘଟଣାର ସିନ୍‌ ରିକ୍ରିଏଟ୍‌ କରିବାର ସମ୍ଭାବନା ରହିଛି।

ପ୍ରକାଶ ଯେ, ଗତ ୨୯ ତାରିଖ ବିଳମ୍ବିତ ରାତିରେ ସସ୍ମିତାଙ୍କୁ ହତ୍ୟା କରାଯାଇଥିଲା। ଏହାପରେ ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୁ ଦିଆଯାଇଥିଲା। ଯାହାର ଛାନ୍‌ଭିନ୍‌ ଆରମ୍ଭ କରିଥିଲା ପୋଲିସ। ପୂର୍ବରୁ ଏହି ଘଟଣାରେ ସସ୍ମିତାଙ୍କ ସ୍ୱାମୀ ଅକ୍ଷୟ ମହାପାତ୍ର ଓ ପ୍ରେମିକାକୁ ଗିରଫ କରାଯାଇଥିଲା।

ଆଉ ଏବେ ଏହି ହତ୍ୟା ଘଟଣାରେ ୪ଜଣ ସୁପାରି କିଲରଙ୍କୁ ଅଟକ ରଖିଛି ପୋଲିସ। ହତ୍ୟା ପାଇଁ ୨୦ହଜାର ଟଙ୍କାର ସୁପାରୀ ଦେଇଥିଲା ସ୍ୱାମୀ ଅକ୍ଷୟ। ଗତକାଲି ସୁପାରି ଉପସ୍ଥିତିରେ ତା ଘରୁ ୨୦ହଜାର ଟଙ୍କା ଜବତ କରିଛି ପୋଲିସ।

ତେବେ ମିଳିଥିବା ସୂଚନାନୁଯାୟୀ, ଆଜି ପୋଲିସ ଅଟକ ରଖିଥିବା ୪ଜଣ ସୁପାରି କିଲରଙ୍କ ନେଇ ସିନ୍‌ ରିକ୍ରିଏଟ୍‌ କରିବାର ସମ୍ଭାବନା ରହିଛି। ସିନ୍‌ ରିକ୍ରିଏଟ୍‌ ଦ୍ୱାରା କିଛି ନୂତନ ତଥ୍ୟ ପୋଲିସ ହାତରେ ଲାଗିବାର ସମ୍ଭାବନା ରହିଛି।

Comments are closed.