Odisha Link
Bridging the Missing Links in Odisha

ଦେଶ ଏବେ ଦ୍ରୁତଗତିରେ ବିକାଶ ଆଡ଼କୁ ମୁହାଁଉଛି: ମୋଦୀ

ନୂଆଦିଲ୍ଲୀ: ଆଜି ନୀତି ଆୟୋଗ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ଷଷ୍ଠ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଛନ୍ତି। ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ମୋଦୀ ମଧ୍ୟ ଆଲୋଚନା କରିଛନ୍ତି।

ପିଏମ୍‌ ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ କହିଛନ୍ତି ଯେ, ଆମେ କରୋନା କାଳରେ ସମସ୍ତେ ଦେଖିଛେ ଯେ, କେଉଁପରି ଭାବେ ରାଜ୍ୟସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ମୁକାବିଲା କରିଥିଲେ। ଯାହାଫଳରେ ଏବେ କରୋନାକୁ ମାତ ଦେବାରେ ସଫଳ ହୋଇଛି ଭାରତ। ଏଥିପାଇଁ ସାରା ବିଶ୍ବରେ ଭାରତ ପ୍ରଶଂସା ସାଉଁଟିଛି। ଏଥିସହ ସେ କହିଛନ୍ତି ଯେ ଦେଶର ବିକାଶ ପାଇଁ ଆଉ ଅପେକ୍ଷା କରିହେବ ନାହିଁ, କେବଳ ମିଳିତ ଭାବେ କାମ କଲେ ସଫଳତା ମିଳିବ ବୋଲି ମୋଦୀ କହିଛନ୍ତି।

ମୋଦୀ ଆହୁରି କହିଛନ୍ତି ଯେ, ମହାମାରୀ କରୋନା ପରେ ଗରିବ ଲୋକଙ୍କ ଜୀବନଧାରାରେ ପରିବର୍ତ୍ତନ ଆସୁଛି। ଦେଶର ବିକାଶ ଯାତ୍ରାରେ ଘରୋଇ ସେକ୍ଟରର ଭୂମିକା ରହିଛି। ଅନେକ ଘରୋଇ ସେକ୍ଟର ମଧ୍ୟ ବିଭିନ୍ନ କ୍ଷେତ୍ରରେ ନିବେଶ ପାଇଁ ଉତ୍ସାହ ଦେଖାଉଛନ୍ତି। ସରକାର ଭାବେ, ଆମକୁ ମଧ୍ୟ ଏହି ଉତ୍ସାହ, ଘରୋଇ ସେକ୍ଟରକୁ ସମ୍ମାନ ଦେବା ଦରକାର। ଏମିତି ହେଲେ ଆତ୍ମନିର୍ଭରଶୀଳ ଭାରତ ଅଭିଯାନରେ ବଢ଼ିବାକୁ ରାସ୍ତା ତିଆରି ହେବ ବୋଲି ମୋଦୀ କହିଛନ୍ତି।

ଦେଶ ସ୍ବାଧିନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି। ଏହି ଅବସରରେ ଗଭର୍ଣ୍ଣିଙ୍ଗ୍‌ କାଉନସିଲ ବୈଠକ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ମୋଦୀ କହିଛନ୍ତି। ମୁଁ ସମସ୍ତ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଯେ ଦେଶର ୭୫ତମ ସ୍ବାଧିନତା ଦିବସ ଅବସରରେ ସରକାର ରାଜ୍ୟ ଗୁଡ଼ିକରେ ସମାଜର ସମସ୍ତ ଲୋକଙ୍କୁ ନେଇ ସମିତି ନିର୍ମାଣ କରିବାକୁ ମୋଦୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ କରିଛନ୍ତି।

Comments are closed.