Odisha Link
Bridging the Missing Links in Odisha

କଣ୍ଟେନରକୁ ଧକ୍କା ଦେଲା ଆମ୍ବୁଲାନ୍ସ,, ୩ ମୃତ

କଟକ: ଚିକିତ୍ସା ପାଇଁ ଆସୁଥିଲେ ଚଲିଗଲା ଜୀବନ। ସଡ଼କ ଦୁର୍ଘଟଣାରେ ହରାଇଲେ ଜୀବନ। ଏକ କଣ୍ଟନେରକୁ ଆମ୍ବୁଲାନ୍ସ ଧକ୍କା ଦେବା ଫଳରେ ରୋଗୀଙ୍କ ସମେତ ଚାଲିଗଲା ୩ ଜଣଙ୍କ ଜୀବନ। ଏମିତି ଏକ ସଡ଼କ ଦୁର୍ଘଟଣା ଘଟିଛି କଟକ ଟାଙ୍ଗୀର ବନ୍ଦାଳୋ ଟୋଲଗେଟରେ।

ମିଳିଥିବା ସୂଚନା ମୁତାବିକ, ପଶ୍ଚିମବଙ୍ଗରୁ ଏକ ଆମ୍ବୁଲାନ୍ସ ରୋଗୀଙ୍କୁ ନେଇ କଟକ ଆସୁଥିଲା। ହେଲେ କଟକ ଟାଙ୍ଗୀର ବନ୍ଦାଳୋ ଟୋଲଗେଟରେ ଠିଆ ହୋଇଥିବା ଏକ କଣ୍ଟେନରକୁ ପଛପଟୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସଟି।

ଯାହାଫଳରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ୩ ଜଣ ବ୍ୟକ୍ତି ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଗୁରୁତର ଆହତ ହୋଇଥିବା ୨ ଜଣ ହେଲେ ମହିଳା।

Comments are closed.