Odisha Link
Bridging the Missing Links in Odisha

୧୧ଟା ୩୦ ଯାଏ ଗୃହ ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ୱର : କରୋନା କଟକଣା ମଧ୍ୟରେ ଚଳିତ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି ।  ଆଜି ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନ । ଅଧିବେଶନ ଆରମ୍ଭରୁ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ । ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ବିଧାୟକମାନେ ହୋହାଲ୍ଲା କରିଥିଲେ ।

ମଣ୍ଡିରୁ ଧାନ ଉଠିବା ଦାବିରେ କଂଗ୍ରେସ ଓ ବିଜେପି ବିଧାୟକ ପ୍ଲାକାର୍ଡ ଦେଖାଇ ନାରାବାଜି ଦେଇଥିଲେ । ଫଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ପୂର୍ବାହ୍ନ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।

ଗତକାଲି ମଧ୍ୟ ଅଧିବେସନରେ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଚାଷୀ ସମସ୍ୟା ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି ଲାଗି ମୁଲତବି ଘୋଷଣା କରିଥିଲେ ବାଚସ୍ପତି।

Comments are closed.