Odisha Link
Bridging the Missing Links in Odisha

ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର, ଏହି ଦିନ ରିଲିଜ ହେବ ଫିଲ୍ମ ‘୮୩’

ନୂଆଦିଲ୍ଲୀ: ସିଲଭର ସ୍କ୍ରିନରେ ସିନେ ପ୍ରେମୀ ଦେଖିବେ ୧୯୮୩ ବିଶ୍ବକପ୍‌ ବିଜୟୀ ଭାରତୀୟ ଟିମ୍ ଉପରେ ଆଧାରିତ ଚଳଚିତ୍ର। ବହୁ ପ୍ରତିକ୍ଷିତ ଫିଲ୍ମ ‘୮୩’ର ରିଲିଜ୍‌ ଡେଟ୍‌ ଏବେ ସାମ୍ନାକୁ ଆସିଲା।ଜୁନ ୪ରେ ଏହି ପିଲ୍ମ ରିଲିଜ୍ ହେବ। ରଣବୀର ସିଂହ ପିଲ୍ମର ପୋଷ୍ଟର ସେୟାର କରି ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି। ଏହି ଫିଲ୍ମ ହିନ୍ଦୀ ସମେତ ୫ଟି ଭାଷାରେ ରିଲିଜ୍ ହେବ। ତାମିଲ, ତେଲୁଗୁ, କନ୍ନଡ, ଏବଂ ମଲୟାଲମ ଭଷାରେ ଏହି ପିଲ୍ମ ରିଲିଜ ହେବ।

ରଣବୀର ସିଂହଙ୍କ ଫିଲ୍ମ ୮୩କୁ ଫ୍ୟାନମାନେ ଅପେକ୍ଷା କରି ରହିଛନ୍ତି। କ୍ରିକେଟ ଉପରେ ନିର୍ମିତ ଏହି ଫିଲ୍ମ ୪ ଜୁନ ୨୦୨୧ରେ ରିଲିଜ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶକ କବିର ଖାନ ଇନଷ୍ଟାଗ୍ରାମରେ ପୋଷ୍ଟର ଜାରି କରି ରିଲିଜ ତାରିଖ ଘୋଷଣା କରିଛନ୍ତି। ଏହି ଫିଲ୍ମ ଭାରତୀୟ କ୍ରିକେଟ ଟିମ୍ ୧୯୮୩ରେ ଜିତିଥିବା ୱାର୍ଲ୍ଡକପ ଟ୍ରଫିକୁ ନେଇ ପ୍ରସ୍ତୁତ କରାଯାଇଛି।

ଫିଲ୍ମ ୮୩ରେ ରଣବୀର ସିଂହ ଭାରତୀୟ ଟିମର ପୂର୍ବତନ କ୍ୟାପ୍ଟେନ ତଥା ଅଲରାଉଣ୍ଡର କପିଲ ଦେବଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ଦୀପିକା କପିଲଙ୍କ ପତ୍ନୀ ଭୂମିକାରେ ଅଛନ୍ତି। ଏହି ଦୁଇ ଯୋଡିଙ୍କ ବିବାହ ପରେ ଏହା ତାଙ୍କର ପ୍ରଥମ ଫିଲ୍ମ।

Comments are closed.