ଚଳନ୍ତା ଗାଡ଼ିରେ ମହିଳାଙ୍କୁ ଦୁଷ୍କର୍ମ

ମଧ୍ୟପ୍ରଦେଶ: ନିର୍ଭୟା ମାମଲାର ପୁନରାବୃତ୍ତି। ଚଳନ୍ତା ଗାଡ଼ିରେ ମହିଳାଙ୍କୁ ଦୁଷ୍କର୍ମ। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଜଣେ ମହିଳାଙ୍କୁ ଚଳନ୍ତା ଗାଡ଼ିରେ ଦୁଷ୍କର୍ମ କରାଯାଇଛି। ମହିଳାଙ୍କୁ ଜଣେ ଯୁବକ ବାହାନା କରି ଗାଡ଼ିରେ ବସାଇବା ପରେ ଦୁଷ୍କର୍ମ କରିଥିଲେ। ପରେ ମହିଳାଙ୍କୁ ଅଭିଯୁକ୍ତମାନେ ହୋଟେଲକୁ ନେଇ ଦୁଷ୍କର୍ମ କରିଥିବା ନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି।
ପୀଡ଼ିତା ମହିଳା ଜଣଙ୍କ ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲାର କୁଲୈଥ ଗ୍ରାମର ନିବାସୀ ବୋଲି ଜଣାପଡ଼ିଛି। ମହିଳା ଜଣଙ୍କ ଦୁଷ୍କର୍ମ କରିଥିବା ଯୁବକଙ୍କ ଓ ଡ୍ରାଇଭରଙ୍କ ନାମରେ ଏହି ଆରୋପ ଲଗାଇଛନ୍ତି। ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି।