ପୁଡୁଚେରିରେ ରାଷ୍ଟ୍ରପତି ଶାସନ ଲାଗୁ

ପୁଡୁଚେରି: ପୁଡୁଚେରିରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ। ବିଗତ ଦିନରେ କଂଗ୍ରେସ ସରକାର କ୍ଷମତା ହରାଇବା ପରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଫ୍ଲୋର ଟେଷ୍ଟରେ ମ୍ୟାଜିକ୍ ନମ୍ବର ହାସଲ ନକରିବାରୁ କଂଗ୍ରେସର ନାରାୟଣସାମିଙ୍କ ସରକାର ଭୁଶୁଡି ପଡିଥିଲା।
କଂଗ୍ରେସ ସରକାର ଭୁଶୁଡିପଡିବା ପରେ ବିପକ୍ଷ ଦଳ ନିଜର ଦାବି ରଖିବ ଆଶା ଥିଲା। କିନ୍ତୁ ମୁଖ୍ୟ ବିରୋଧୀ ଦଳ AIADMK ସରକାର ଗଠନ କରିବାକୁ ମନା କରିଦେଇଥିଲେ। ଏହା ପରେ କେନ୍ଦ୍ର ପୁଡୁଚେରିରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି।
Most of the time I don’t even think about it. cialis malaysia Oh goodness.