ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି ଟେଣ୍ଟ

ଭୁବନେଶ୍ବର: ସାତକୋଶିଆ ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ୩ଟି ଟେଣ୍ଟ ଜଳି ଯାଇଛି। ସକାଳ ୫ରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରୁ ବର୍ତ୍ତିଲେ ଆଇପିଏସ ସଞ୍ଜୀବ ପଣ୍ଡା ଓ ତାଙ୍କ ସହଯୋଗୀ।
ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଜଣାଇଲେ ସଞ୍ଜୀବ ପଣ୍ଡା। ସୁରକ୍ଷିତ ଭାବେ ବାହାରିଥିବା ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡରେ କାହାରି କୌଣସି କ୍ଷତି ହୋଇନାହିଁ। ତେବେ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ପହଞ୍ଚି ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଛି। ତେବେ କୌଣସି ଧନଜୀବନ ହାନୀ ହୋଇ ନଥିବା ସୂଚନା ମିଳିଛି। ନିଆଁ ଲାଗିବା ସମୟରେ ସମସ୍ତଙ୍କୁ ସୁରକ୍ଷିତ ଭାବେରେ ବାହାରକୁ ବାହାର କରାଯାଇଥିଲା। ତେବେ ଘଟଣା ସମ୍ପର୍କରେ ଟ୍ୱିଟ କରି ଟ୍ରାନ୍ସଫର୍ଟ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଥିଲେ।