Odisha Link
Bridging the Missing Links in Odisha

ମନ କୀ ବାତ କାର୍ଯ୍ୟକ୍ରମ: ଓଡ଼ିଆ ଯୁବକଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ: ଚଳିତ ବର୍ଷର ଦ୍ୱିତୀୟ ମନ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତ ପ୍ରଧାନମନ୍ତ୍ରୀ ମୋଦି। ଏହା ସହିତ ଓଡ଼ିଆ ଯୁବକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ଜଗତସିଂହପୁର ନାଉଗାଁ ବ୍ଲକ ଅରଖକୁଦର ସିଲୁ ନାୟକଙ୍କୁ ମୋଦି ପ୍ରଶଂସା କରିଛନ୍ତି।

ସେନାରେ ଯୁବକଙ୍କୁ ସାମିଲ ନେଇ ମାଗଣା ଟ୍ରେନିଂ ଦେଉଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି। ସିଲୁ ଫିଜିକାଲ ଓ ଲିଖିତ ପରୀକ୍ଷା ପାଇଁ ଯୁବକଙ୍କୁ ପ୍ରସ୍ତୁତ କରୁଛନ୍ତି। ସିଲୁଙ୍କ ଠାରୁ ଟ୍ରେନିଂ ପାଇଁ ଅନେକ ଯୁବକ ସେନାରେ ଭର୍ତି ହୋଇଛନ୍ତି। ସ୍ଥଳ, ଜଳ ଓ ନୌସେନା ସହ ଅର୍ଦ୍ଧସାମରିକ ବାହିନୀରେ ଅନେକ ପିଲା ଯୋଗ ଦେଇଛନ୍ତି। ନାୟକ ସାର ଦେଶ ପାଇଁ ଅନେକ ନାୟକ ସୃଷ୍ଟି କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରକାଶ ଯେ, ଅରଖକୂଦ ଗ୍ରାମର ୨୮ ବର୍ଷୀୟ ଯୁବକ ସିଲୁ ନାୟକ ୨୦୧୬ ମସିହାରେ ମହାଗୁରୁ ବାଟାଲିଅନ ପ୍ରତିଷ୍ଠା କରି ନାଉଗାଁ, ବାଲିକୁଦା ପ୍ରଭୃତି ଅଞ୍ଚଳର ଯୁବକମାନଙ୍କୁ ପ୍ରଶିକ୍ଷଣ ଦେଇ ଆସୁଛନ୍ତି। ୨୦୧୬ ମସିହାରେ ଓଆଇଏସଏଫରୋଟା ଚାକିରୀ ପାଇଥିବା ସିଲୁ ନାୟକ ଯୁବକମାନଙ୍କ ପାଇଁ କିଛି କରିବା ଲକ୍ଷ୍ୟରେ ରାଉରକେଲା ଠାରେ ଟ୍ରେନଂ ଚାଲିଥିବା ବେଳେ ଅଧାରୁ ଚାଲିଆସି ଏହି ବାଟାଲିଅନ ପ୍ରତିଷ୍ଠା କରିଥିଲେ।

ମାତ ୨୩ ବର୍ଷ ବୟସରଙ୍କ ସେ ଓଆଇଏସଏଫରେଥିଲ ନିଯୁକ୍ତି ପାଇ ରାଉରକେଲାରେ ଟ୍ରେନିଂ ନେଇଥିଲେ। ତେବେ ଫିଜିକାଲ ଟେଷ୍ଟ ସମୟରେ ଅନେକ ଭଲ ପିଲା ବିଫଳ ହେଉଥିବା ତାଙ୍କ ମନକୁ ଆନ୍ଦୋଳିତ କରିଥିଲା।

ଫଳରେ ସେ ଟ୍ରେନିଂ ଅଧାରୁ ଘରକୁ ପଳାଇ ଆସି ଅରଖକୁଦ ଦେବୀ ନଦୀ ପାର୍ଶ୍ୱରେ ପ୍ରତିଷ୍ଠା କଲେ ମହାଗୁରୁ ବାଟାଲିଅନ। ୫ ବର୍ଷ ଧରି ସକାଳେ ଓ ଅପରାହ୍ନରେ ବିନାମୂଲ୍ୟରେ ନାଉଗାଁ ବ୍ଲକ ଏବଂ ଆଖପାଖ ଅଞ୍ଚଳର ଯୁବକମାନଙ୍କୁ ହାଇଜମ୍ପ, ଲଙ୍ଗଜମ୍ପ, ଲମ୍ୱା ଦୌଡ ପ୍ରଭୃତି ପ୍ରଶିକ୍ଷଣ ପ୍ରଦାନ କରି ଆସୁଛନ୍ତି ସିଲୁ। କେବଳ ଏତିକି ନୁହେଁ ଲିଖିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଏଠାରେ ମଧ୍ୟ ପ୍ରଶିକ୍ଷଣର ବ୍ୟବସ୍ଥା କରିଛନ୍ତି ସିଲୁ।

Comments are closed.