Odisha Link
Bridging the Missing Links in Odisha

ଭିସୁଟ୍‌ର ଅଫ୍‌ ଲାଇନ ପରୀକ୍ଷା ସ୍ଥଗିତ

ବୁର୍ଲା: କରୋନା ସଂକ୍ରମଣ କାରଣରୁ ବୁର୍ଲା ଭିସୁଟ୍‌ରେ ହେବାକୁ ଥିବା ଅଫଲାଇନ୍ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଏନେଇ ନୋଟିସ ଜାରି କରିଛନ୍ତି ଭିସୁଟ୍ କୁଳପତି।

ଅଚାନକ୍ ସଂକ୍ରମଣ ବୃଦ୍ଧି ପରେ, ବିଶ୍ୱବିଦ୍ୟାଳୟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ କରାଯିବା ସହିତ ଭିସୁଟ୍ ଅଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି।

ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ସାଧାରଣ ଜନତାଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯିବା ସହ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରକାଶ ଯେ, ଫେବ୍ରୁଆରୀ ୨୬ ତାରିଖରେ ସମ୍ବଲପୁର ବୁର୍ଲା ଭିସୁଟ୍‌ର ୨୪ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ଶନିବାର ଦିନ ଆଉ ଜଣେ ଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

ଏକା ସାଙ୍ଗରେ ଏତେ ସଂଖ୍ୟକ ଛାତ୍ର କରୋନା ସଂକ୍ରମିତ ହେବା ପରେ ଉପ ଜିଲ୍ଲାପାଳ ଓ ପିଡି ଡିଆର୍‌ଡିଏ ହଷ୍ଟେଲ୍‌କୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ। କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

You could take it with or without food. buy cialis south africa Because it comes in a pre-filled pen, your doctor must teach you how to inject it before using it for the first time.

Leave A Reply

Your email address will not be published.