Odisha Link
Bridging the Missing Links in Odisha

କୋଭିଡ୍ ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି କୋଭିଡ୍‌ ପ୍ରତିଷେଧକ ଟିକା “କୋଭାକ୍ସିନ୍” ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ନବୀନ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ପରେ ସେ ଦ୍ବିତୀୟ ଡୋଜ୍ ନେବେ ବୋଲି ଜଣାପଡିଛି।

ବିଧାନସଭା ପରିସରରେ ଥିବା ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ଟିକା ନେଇଥିବା ଜଣାପଡିଛି। ତେବେ ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ନେଇଥିବା ଜଣାପଡିଛି।

ପ୍ରକାଶ ଯେ, ମାର୍ଚ୍ଚ ପହିଲାରୁ ସାରା ଦେଶରେ ଦ୍ବିତୀୟ ପର୍ଯ୍ୟାୟ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ବରିଷ୍ଠ ନାଗରିକ ତଥା ୬୦ ବର୍ଷରୁ ବୟସରୁ ଉର୍ଦ୍ଧ୍ବ ବ୍ୟକ୍ତି କରୋନା ଟିକା ନେବାର ବ୍ୟବସ୍ଥା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସୋମବାର ଦିନ କରୋନା ଟିକା ନେଇଛନ୍ତି । ପ୍ରଧାନମନ୍ତ୍ରୀ କୋଭାକ୍ସିନ୍ ଟିକା ନେଇଥିବା ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.