Odisha Link
Bridging the Missing Links in Odisha

ପୋଲିସ ଭ୍ୟାନ ଜାଳିଦେଲେ ଉତ୍ୟକ୍ତ ଲୋକେ

ଯାଜପୁର: ପୋଲିସ ଭ୍ୟାନ ଜାଳିଦେଲେ ଉତ୍ୟକ୍ତ ଲୋକେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଚଣ୍ଡିଖୋଲର ବାଲିଚନ୍ଦ୍ରପୁର ଥାନା ଭରତପୁର ଅଞ୍ଚଳେର। କିଛି ଦିନ ତଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ଯାହାକୁ ନେଇ ବଚସା ମଧ୍ୟ ହୋଇଥିଲା।

ଆଜି ଘଟଣାସ୍ଥଲରେ ପୋଲିସ ପହିଁଚିଥିଲା। ପୋଲିସର ବିଳମ୍ବତା ଏବଂ ଅନ୍ୟ ପାରିପାର୍ଶ୍ବିକ ଘଟଣାକୁ ନେଇ ଉତ୍ୟକ୍ତ ରହିଥିଲେ କିଛି ଲୋକେ। ଫଳରେ ପୋଲିସ ଭ୍ୟାନକୁ ଜାଳିଦେଇଥିବା ଜଣାପଡ଼ିଛି।

ଅନ୍ୟପଟେ ଭରତପୁରରେ ଲୋକେ ବାଲିଚନ୍ଦ୍ରପୁର ଥାନର ପୋଲିସ ଭ୍ୟାନକୁ ଜାଣିଦେବାର ଖବର ପାଇବା ପରେ ଘଟଣାସ୍ତଳରେ ଅଧିକ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ଉତ୍ତେଜନା ମୂଳକ ରହିଥିବାବେଳେ ସମସ୍ତ ଘଟଣାକୁ ନଜରରେ ରଖିଛି ସ୍ଥାନୀୟ ପୋଲିସ।

ଅନ୍ୟପଟେ ପୋଲିସ ଭ୍ୟାନ ଜାଳିବାରେ କେଉଁମାନେ ସଂଳ୍ଳିଷ୍ଟ ଏବଂ କାହିଁକି ଏହି କାଣ୍ଡ ଭିଆଇଛନ୍ତି ସ୍ଥାନୀୟ ଲୋକେ, ସେନେଇ ତଦନ୍ତ ଚଳାଇଛି ବାଲିଚନ୍ତ୍ରପୁର ଥାନା ପୋଲିସ।

Comments are closed.