Odisha Link
Bridging the Missing Links in Odisha

୨୮ରେ ମହାକାଶକୁ ଆଉ ଏକ ଉପଗ୍ରହ ପଠାଇବ ଭାରତ, ସୀମା ଉପରେ ରଖିବ ନଜର

ବେଙ୍ଗାଲୁରୁ: ମହାକାଶକୁ ଭାରତ ପୁଣି ପଠାଇବ ଏକ ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ। ଆସନ୍ତା ୨୮ ତାରିଖରେ ଜିସାଟ୍-୧ ଉପଗ୍ରହ ପଠାଇବ ଭାରତ। ଏହି ଉପଗ୍ରହ ଭାରତୀୟ ସୀମାନ୍ତବର୍ତ୍ତୀ ଅଞ୍ଚଳର ସ୍ପଷ୍ଟ ଚିତ୍ର ପଠାଇବା ସହ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ଦେବ।

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ମହାକୋଶ କେନ୍ଦ୍ରରୁ ଜିଏସ୍‌ଏଲ୍‌ଭି ଏଫ-୧୦ ରକେଟ ସହାୟତାରେ ୨୨୬୮ କି.ଗ୍ରା ଓଜନର ଏହି ଉପଗ୍ରହର ପ୍ରକ୍ଷେପଣ କରାଯିବ ବୋଲି ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ସଂସ୍ଥା) ପକ୍ଷରୁ କୁହାଯାଇଛି।

ଗତବର୍ଷ ମାର୍ଚ୍ଚ ୫ ତାରିଖରେ ଏହି ଉପଗ୍ରହ ପଠାଯିବାର ଯୋଜନା ଥିଲା । କିନ୍ତୁ କେତେକ ବୈଷୟିକ ତ୍ରୁଟି ଯୋଗୁ ତାହା ସ୍ଥଗିତ ରଖାଯାଇଥିଲା । ତା’ଛଡା ଦେଶରେ କରୋନା ମହାମାରୀ ସଂକ୍ରମଣ ଓ ଲକ୍‌ଡାଉନ ଯୋଗୁ ଏହି ଉପଗ୍ରହ ପଠାଯିବାରେ ଆହୁରି ବିଳମ୍ବ ଘଟିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।

Comments are closed.