Odisha Link
Bridging the Missing Links in Odisha

୧୨ରୁ ବିଧାନସଭା ୨ୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ

ଭୁବନେଶ୍ବର: ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ। ବଜେଟ୍‌ ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ କରାଯିବ। ଆସନ୍ତା କାଲିଠୁ ସବୁ ବିଧାୟକ, ସୁରକ୍ଷାକର୍ମୀ, ସାମ୍ବାଦିକ, ବିଧାନସଭା କର୍ମଚାରୀଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯିବ।

କାଲିଠୁ କରୋନା ଟେଷ୍ଟ କରାଯିବ ଏବଂ ୨ ଘଣ୍ଟା ମଧ୍ୟରେ ଟେଷ୍ଟ ରିପୋର୍ଟ ମିଳିବ। ରିପୋର୍ଟ ନେଗେଟିଭ ଆସିଲେ ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ମିଳିବ। ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ବିଧାନସଭା ଚାଲିବ। କରୋନା କଟକଣା ପାଇଁ ବିଧାନସଭା ପରିସରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

Comments are closed.