Odisha Link
Bridging the Missing Links in Odisha

୧୨ରୁ ଟି-୨୦ ସିରିଜ: ଚୂଡ଼ାନ୍ତ ଏକାଦଶକୁ ନେଇ ଚିନ୍ତାରେ ଟିମ୍‌ ଇଣ୍ଡିଆ

ଅହମ୍ମଦାବାଦ: ଟେଷ୍ଟ ସିରିଜ ଶେଷ ହେବା ପରେ ଶୁକ୍ରବାରଠୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଟି-୨୦ ସିରିଜ। ୩-୧ରେ ଟେଷ୍ଟ ସିରିଜ ଜିତିଥିବା ଟିମ୍‌ ଇଣ୍ଡିଆ ଟି-୨୦ ସିରିଜ ହାତେଇବା ପାଇଁ ମଇଦାନକୁ ଓହ୍ଲାଇବ। ଟେଷ୍ଟ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ଋଷଭ ପନ୍ତ ଟି-୨୦ ଦଳରେ ସାମିଲ ହୋଇଥିବାରୁ ଟିମ୍‌ ଇଣ୍ଡିଆ କେଉଁ ୧୧ ଜଣ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇବ ସେ ନେଇ ମାନସ ମନ୍ଥନ ଚଳାଇଛି ଟିମ୍‌ ମ୍ୟାନେଜମେଣ୍ଟ।

ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷିତ ହୋଇଥିବା ଦଳରେ ୧୯ ଜଣ ଖେଳାଳିଙ୍କୁ ସାମିଲ କରିଛି ଟିମ୍‌ ଇଣ୍ଡିଆ। ଦଳରେ ଏକାଧିକ ସ୍ଥାନ ପାଇଁ ଏକାଧିକ ବିକଳ୍ପ ଖେଳାଳି ରହିଛନ୍ତି। ଟିମରେ ୧୯ ଜଣ ଖେଳାଳି ଥିବା ବେଳେ ପ୍ରତି ସ୍ଥାନ ପାଇଁ ୨ ଜଣ ଦାବିଦାର ଅଛନ୍ତି। ତେଣୁ ଚୂଡ଼ାନ୍ତ ୧୧ ଜଣ ଖେଳାଳିଙ୍କ ବାଛିବା ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ବଡ଼ ଆହ୍ବାନ ହେବ। ଏହି ଟି-୨୦ ସିରିଜ ଜରିଆରେ ଟିମ୍‌ ଇଣ୍ଡିଆ ଆଗାମୀ ଟି-୨୦ ବିଶ୍ବକପ୍‌ ପାଇଁ ମଧ୍ୟ ପୂର୍ବ ପ୍ରସ୍ତୁତି କରିବ।

ପନ୍ତଙ୍କ ଦମଦାର ପ୍ରତ୍ୟାବର୍ତ୍ତନ ଫଳରେ ଦଳରେ ଖେଳାଳି ଚୟନ ରୋଚକ ମୋଡ଼ ନେଇଛି। କାରଣ ପନ୍ତଙ୍କ ସ୍ଥାନରେ ରାହୁଲ ସୀମିତ ଓଭର କ୍ରିକେଟରେ ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଭାବେ ଖେଳୁଥିଲେ। ଏବେ ପନ୍ତ ଦମଦାର ଫର୍ମରେ ଥିବାରୁ ରାହୁଲ କେଉଁ ସ୍ଥାନରେ ଖେଳିବେ ସେ ନେଇ ବିଚାର ବିମର୍ଶ ଲାଗି ରହିଛି।

କିଛି ମାସ ପୂର୍ବେ ସୀମିତ ଓଭର କ୍ରିକେଟ୍‌ରେ ଓ୍ଵିକେଟ୍ କିପର ଓପନିଂ ବ୍ୟାଟସମ୍ୟାନ ଭାବେ ପ୍ରଥମ ପସନ୍ଦ ଥିଲେ। ଶିଖର ଧାଓ୍ଵନ ଓ ରୋହିତ ଶର୍ମା ଧଳା ବଲ୍‌ କ୍ରିକେଟ୍‌ରେ ସଫଳତମ ଯୋଡି। ହେଲେ ରାହୁଲ ଧଳା ବଲ୍‌ କ୍ରିକେଟ୍‌ରେ ବିଶେଷଜ୍ଞ ବ୍ୟାଟସମ୍ୟାନ ଭାବେ ସାମ୍ନାକୁ ଆସିବାରୁ ଦଳରେ ପ୍ରତିଦ୍ଵନ୍ଦ୍ଵିତା ଆହୁରି ବଢି ଯାଇଛି। ତେବେ କେଉଁ ୧୧ ଖେଳାଳିଙ୍କୁ ନେଇ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ମଇଦାନକୁ ଓହ୍ଲାଇବ ତାହା ମାର୍ଚ୍ଚ ୧୨ ତାରିଖରେ ଜଣା ପଡ଼ିବ।

Comments are closed.