ବ୍ରାଜିଲ୍ରେ ୨୪ ଘଣ୍ଟାରେ ରେକର୍ଡ କଲା କରୋନା ମୃତ୍ୟୁ ସଂଖ୍ୟା

ବ୍ରାଜିଲ୍: ବ୍ରାଜିଲ୍ରେ ମହମାରୀ କରୋନାର ପ୍ରଭାବ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ପହଞ୍ଚିଛି। ୨୪ ଘଣ୍ଟା ୧୯୭୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରଥମ ଥର ପାଇଁ ବ୍ରାଜିଲ୍ରେ କୋଭିଡ୍ ସଂକ୍ରମଣରେ ଏତେ ସଂଖ୍ୟକ ଲୋକ ଗୋଟିଏ ଦିନରେ ମୃତ୍ୟୁ ବରଣ କରିଛନ୍ତି। ଏହା ପୂର୍ବରୁ ମାର୍ଚ୍ଚ ମାସ ୩ ତାରିଖରେ ୧୮୪୦ ଜଣଙ୍କ ମୃତ୍ୟୁ ହୋଇଥିଲା।
ସୂଚନା ମୁତାବକ, ବ୍ରାଜିଲ୍ରେ ଗତ ୨୪ ଘଣ୍ଟା ମଧ୍ୟରେ ୭୦,୭୬୪ଟି ନୂଆ ମାମଲା ସାମ୍ନାକୁ ଆସିଛି। ଯାହା ବିଶ୍ୱରେ ସବୁଠାରୁ ଅଧିକ। ବ୍ରାଜିଲ୍ରେ ବର୍ତ୍ତମାନ ପର୍ଯ୍ୟନ୍ତ ୧.୧୨ କୋଟି ଲୋକ ସଂକ୍ରମିତ ହୋଇ ସାରିଛନ୍ତି। ୯୮.୪୩ ଲକ୍ଷ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧.୬୮ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି।
ସାରା ବିଶ୍ୱରେ ଆମେରିକାରେ ସବୁଠାରୁ ଅଧିକ ଲୋକ କୋଭିଡ୍ରେ ସଂକ୍ରମିତ ହୋଇଥିବା ବେଳେ ଦ୍ୱିତୀୟରେ ଭାରତ ରହିଛି। ତୃତୀୟରେ ବ୍ରାଜିଲ୍ ଥିବା ବେଳେ ଚତୁର୍ଥରେ ଋଷ୍, ପଞ୍ଚମରେ ୟୁକେ, ଷଷ୍ଠରେ ଫ୍ରାନ୍ସ, ସପ୍ତମରେ ସ୍ପେନ୍, ଅଷ୍ଟମରେ ଇଟାଲି, ନବମରେ ତୁର୍କୀ, ଦଶମରେ ଜର୍ମାନୀ ରହିଥିବା ଜଣାପଡ଼ିଛି।